Advertisement
Article Detail0/zeeodisha/odisha866424

ଜଳିଗଲା ଭୁବନେଶ୍ୱରୀ, ଶାରଳା ଓ ମା' ଜୟଦୁର୍ଗା

୩ଟି ଘରୋଇ ବସ ଭୁବନେଶ୍ୱରୀ, ଶାରଳା ଓ ମା' ଜୟଦୁର୍ଗା ସମ୍ପୂର୍ଣ୍ଣ ଜଳି ଯାଇଥିବା (Bus Burn) ସୂଚନା ମିଳିଛି। 

 ଜଳିଗଲା ଭୁବନେଶ୍ୱରୀ, ସାରଳା ଓ ମା' ଜୟଦୁର୍ଗା
ଜଳିଗଲା ଭୁବନେଶ୍ୱରୀ, ସାରଳା ଓ ମା' ଜୟଦୁର୍ଗା

ପୁରୀ: ଜିଲ୍ଲାର ମୁଖ୍ୟ ବସଷ୍ଟାଣ୍ଡରେ ଅଘଟଣ। ଦେଖୁ ଦେଖୁ ଜଳିଗଲା ଠିଆ ହୋଇଥିବା ବସ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ନିଆଁକୁ ଆୟତ୍ତ କଲା ଅଗ୍ନିଶମ।

ସୋମବାର ସନ୍ଧ୍ୟାରେ ପୁରୀ ବସଷ୍ଟାଣ୍ଡ (Puri Busstand) ରେ ଏକ ଅଘଟଣା ଘଟିଯାଇଛି। ବସଷ୍ଟାଣ୍ଡରେ ଠିଆ ହୋଇଥିବା ୩ଟି ବସ ହୁ ହୁ ହୋଇ ଜଳିଯାଇଛି। ୩ଟି ଘରୋଇ ବସ ଭୁବନେଶ୍ୱରୀ, ସାରଳା ଓ ମା' ଜୟଦୁର୍ଗା ସମ୍ପୂର୍ଣ୍ଣ ଜଳି ଯାଇଥିବା (Bus Burn) ସୂଚନା ମିଳିଛି। ତେବେ ଅଗ୍ନକାଣ୍ଡ (Puri fire incident) ବେଳେ ବସ ଖାଲି ଥିବାରୁ କୌଣସି ଜନଜୀବନ ହାନୀ ହୋଇନାହିଁ। 

Also Read: ଖୋଦ୍ ଭକ୍ତ ନିବାସରେ ଅସୁରକ୍ଷିତ ଭକ୍ତ, ମହିଳାଙ୍କ ଗାଧୁଆ ଫଟୋ ଉଠାଇ ଜଣେ ଗିରଫ

Add Zee News as a Preferred Source

ବସରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ (Fire Brigade) ନିୟୋଜିତ ହୋଇଥିଲା। ନିଆଁ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଛି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର (Fire) କାରଣ ଜଣାପଡିନାହିଁ। ତେବେ ସଟ୍ ସର୍କିଟ ଯୋଗୁଁ ନିଆଁ ଲିଗିଥିବା ଅନୁମାନ କରାଯାଉଛି।

 

 

 

 

 

 

 

 

 

 

About the Author