ଝାରସୁଗୁଡ଼ାରେ ୧୬୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଏବେ ଦ୍ଵିତୀୟ ସପ୍ତାହରେ ଦୁଇଦିନିଆ ସଟଡାଉନ ଚାଲିଛି ।

ଝାରସୁଗୁଡ଼ାରେ ୧୬୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଆଜି ଝାରସୁଗୁଡାରେ ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରୋଗୀ ସଂଖ୍ୟା ୧୬୫ ଛୁଇଁଛି । ଅନ୍ୟ ପକ୍ଷରେ ଏବେ ଦ୍ଵିତୀୟ ସପ୍ତାହରେ ଦୁଇଦିନିଆ ସଟଡାଉନ ଚାଲିଛି ।  ଫଳରେ ସାଧାରଣ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । କେବଳ ସଟଡାଉନରୁ ବାଦ ଦିଆଯାଇଥିବା ଯାନବାହାନ ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ ଚଳାଚଳ ବନ୍ଦ ରହିଛି । 

ଯେଉଁ ଅଫିସ ଜିଲ୍ଲାପାଳଙ୍କ ଅଫିସ ସହ ସମ୍ପୃକ୍ତ, ସେସବୁ ଅଫିସ ଖୋଲା ରହିବ। ଅନ୍ୟ ପକ୍ଷରେ ପୋଲିସ ସହ ସମ୍ପର୍କିତ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ, ଚିକିତ୍ସା ସେବା ଯୋଗାଇବା ପ୍ରତିଷ୍ଠାନ, ଔଷଧ ଦୋକାନ ଆଦି ଖୋଲା ରହିବ । ବିମାନବନ୍ଦର ଏବଂ ରେଳ ଷ୍ଟେସନକୁ ଯାତାୟତ କରି ଯାତ୍ରୀ ପରିବହନ କରୁଥିବା ଯାନବାହନକୁ ମଧ୍ୟ ଅନୁମତି ମିଳିଛି । କୃଷି, ଗୋପାଳନ ନିମନ୍ତେ ଆବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ସଟଡାଉନରୁ ବାଦ ଦିଆଯାଇଛି । ଦୁଗ୍ଧ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପେଟ୍ରୋଲ ପମ୍ପ ଆଦିକୁ ମଧ୍ୟ ସଟଡାଉନରୁ ବାଦ ଦିଆଯାଇଛି ।