ଓଡ଼ିଶା ଜଙ୍ଗଲରେ ଝାଡ଼ଖଣ୍ଡୀଙ୍କ ଉତ୍ପାତ, ୩୫ ଗିରଫ
Advertisement

ଓଡ଼ିଶା ଜଙ୍ଗଲରେ ଝାଡ଼ଖଣ୍ଡୀଙ୍କ ଉତ୍ପାତ, ୩୫ ଗିରଫ

ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଟାଲ ସଂରକ୍ଷିତ ଜଙ୍ଗଲରେ  ଗଛ କାଟାଯାଉଥିବା ଖବର ପାଇ ବୁଧବାର ୫ ଜଣ ରେଞ୍ଜର ସହ ଶତାଧିକ ବନ କର୍ମଚାରୀ ଚଢାଉ କରିଥିଲେ। ଚଢଉ ବେଳେ ଶତାଧିକ ଅନୁପ୍ରବେଶକାରୀ ବିଶେଷ କରି ଝାଡଖଣ୍ଡ ଅଞ୍ଚଳରୁ ଆସି ଗଛ କାଟୁଥିବା ଜଣାପଡିଛି।

ଓଡ଼ିଶା ଜଙ୍ଗଲରେ ଝାଡ଼ଖଣ୍ଡୀଙ୍କ ଉତ୍ପାତ, ୩୫ ଗିରଫ

ସମ୍ବଲପୁର: ରେଢାଖୋଲ ସଂରକ୍ଷିତ ଜଙ୍ଗଲରେ ଝାଡଖଣ୍ଡୀ ଅନୁପ୍ରବେଶକାରୀଙ୍କ ଲୋଲୁପ ଦୃଷ୍ଟି। ଗଛ କାଟି ଚାଷ ଜମି ଓ ଘର ନିର୍ମାଣ ପାଇଁ ଶହ ଶହ ଏକର ଜଙ୍ଗଲ ଜମିକୁ ପଦା କରୁଛନ୍ତି। ଫଳରେ ରେଢାଖୋଲ ବନ ବିଭାଗ ପକ୍ଷରୁ ବଡ ଆକ୍ସନ ନିଆଯାଇଛି।  

ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଟାଲ ସଂରକ୍ଷିତ ଜଙ୍ଗଲରେ  ଗଛ କାଟାଯାଉଥିବା ଖବର ପାଇ ବୁଧବାର ୫ ଜଣ ରେଞ୍ଜର ସହ ଶତାଧିକ ବନ କର୍ମଚାରୀ ଚଢାଉ କରିଥିଲେ। ଚଢଉ ବେଳେ ଶତାଧିକ ଅନୁପ୍ରବେଶକାରୀ ବିଶେଷ କରି ଝାଡଖଣ୍ଡ ଅଞ୍ଚଳରୁ ଆସି ଗଛ କାଟୁଥିବା ଜଣାପଡିଛି। ଧରପଗଡ ବେଳେ ୩୫ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ଆଉ ସେମାନଙ୍କ ପାଖରୁ ଶିକାରରେ ବ୍ୟବହୃତ କିଛି ଜାଲ ଏବଂ ମାରଣାସ୍ତ୍ର ଜବତ କରାଯାଇଥିବା ଏସସିଏଫ ସୂଚନା ଦେଇଛନ୍ତି।

Also Read: ବିଲରେ ଫଳୁଛି ପ୍ରତିଭା! ଆୟୋଜିତ ହେଲା କଙ୍କଡା ଧରା ପ୍ରତିଯୋଗିତା

ସୂଚନା ମୁତାବକ ଏହି ଅଞ୍ଚଳରେ ବିଗତ ବର୍ଷେ ହେଲାଣି ଝାଡଖଣ୍ଡ ଏବଂ ସ୍ଥାନୀୟ ଲୋକ ମିଶି ଜଙ୍ଗଲ କାଟି ବସବାସ କରୁଛନ୍ତି। ଜଙ୍ଗଲ ଜମିରେ ଘରବାରୀ, ଚାଷବାସ କରିବା ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି। ଯାହାକୁ ନେଇ ବନ ବିଭାଗ ପକ୍ଷରୁ ବାରମ୍ବାର ଚଢାଉ କରାଯାଉଛି। କିନ୍ତୁ ଏବେ ପୁଣି ଥରେ ଏଠାରେ ଅନୁପ୍ରବେଶକାରୀଙ୍କ ପ୍ରଦୁର୍ଭାବ ବଢୁଛି।

fallback