Advertisement
Article Detail0/zeeodisha/odisha696148
Zee OdishaOdisha Stateକନ୍ଧମାଳରେ ୪୮ ନୂଆ କୋରୋନା ଆକ୍ରାନ୍ତ, ୧୩୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କନ୍ଧମାଳରେ ୪୮ ନୂଆ କୋରୋନା ଆକ୍ରାନ୍ତ, ୧୩୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

  ଜିଲ୍ଲାରେ ଆଜି (ସୋମବାର) ନୂଆ ୪୮ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ମଧ୍ୟରେ କନ୍ଧମାଳ ସାମିଲ ହୋଇଛି। ଏହା ସହିତ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୪୨ ଜଣ ଦାରିଙ୍ଗବାଡ଼ି ଅଞ୍ଚଳରେ ରହିଥିବା ଗୋଟିଏ କ୍ଵାରେଣ୍

କନ୍ଧମାଳରେ ୪୮ ନୂଆ କୋରୋନା ଆକ୍ରାନ୍ତ, ୧୩୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ପ୍ରିୟବ୍ରତ ସାହୁ, କନ୍ଧମାଳ:  ଜିଲ୍ଲାରେ ଆଜି (ସୋମବାର) ନୂଆ ୪୮ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ମଧ୍ୟରେ କନ୍ଧମାଳ ସାମିଲ ହୋଇଛି। ଏହା ସହିତ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୪୨ ଜଣ ଦାରିଙ୍ଗବାଡ଼ି ଅଞ୍ଚଳରେ ରହିଥିବା ଗୋଟିଏ କ୍ଵାରେଣ୍ଟାଇନ ସେଣ୍ଟର ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି।

ସେହିପରି ଅନ୍ୟ ଜଣେ ଜି ଉଦୟଗିରି କ୍ଵାରେଣ୍ଟାଇନ ସେଣ୍ଟରର ଏବଂ ୫ଟି ଫୁଲବାଣୀ କୋଭିଡ ହସ୍ପିଟାଲରେ। ସମସ୍ତେ ପୁରୁଷ ହୋଇଥିବା ବେଳେ ୨୧ଟି ତାମିଲନାଡୁ, ୧୭ଟି କେରଳ, ୬ଟି ଗୁଜୁରାଟ, ୨ଟି ଆନ୍ଧ୍ରପ୍ରଦେଶ ଓ ଜଣେ ତେଲଙ୍ଗାନାରୁ ନିକଟରେ ଫେରିଥିଲେ। ସମସ୍ତ ପଜିଟିଭଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅବଶିଷ୍ଟ ୧୧୨ ଜଣ ଚିକିତ୍ସାଧିନ ଅଛନ୍ତି। ସେଥି ମଧ୍ୟରେ ୬ ଜଣ କୋରୋନା ଯୋଦ୍ଧା ରହିଛନ୍ତି।

ତେବେ ଗତକାଲି ସୁଦ୍ଧା କନ୍ଧମାଳ ଜିଲ୍ଲାକୁ ୨୦ ଟି ରାଜ୍ୟରୁ ୮ ହଜାର ୪୬୧ ଜଣ ପ୍ରବାସୀ ଆସିଛନ୍ତି।ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ନେଗେଟିଭ ଆସିବା ଏବଂ ଅବଧି ଶେଷ ହେବା ପରେ ୩ ହଜାର ୯୫୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି। ବାକି ୪ ହଜାର ୫୦୩ ବିଭିନ୍ନ ସଙ୍ଗରୋଧ ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରହିଛନ୍ତି। ତେବେ କନ୍ଧମାଳ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢ଼ି ଚାଲିଥିବାରୁ ଏହାକୁ ନେଇ ଜିଲ୍ଲାବାସୀଙ୍କୁ ଏବେ ଚିନ୍ତା ଘାରିଲାଣି। 

Add Zee News as a Preferred Source
About the Author