ଘଟଗାଁରେ ପୁଣି ୫ ପଜିଟିଭ ଚିହ୍ନଟ, ୪ ଜଣ ଗୋଟିଏ ପରିବାରର

ଗଦାଧରପୁର କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଗୋଟିଏ ପରିବାରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ରହିଛନ୍ତି । ଜଣେ ୩ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୬ ବର୍ଷର ।

ଘଟଗାଁରେ ପୁଣି ୫ ପଜିଟିଭ ଚିହ୍ନଟ, ୪ ଜଣ ଗୋଟିଏ ପରିବାରର
ପ୍ରତୀକାତ୍ମକ ଫଟୋ

ସମୀର କୁମାର ପ୍ରଧାନ, ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରୁ ପୁଣି ୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର । ଏମାନେ ଗଦାଧରପୁର କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା । ସେ ଉପରଡ଼ିହା ପଞ୍ଚାୟତର ବୋଲି ଜଣାପଡ଼ିଛି । 

ତେବେ ଗଦାଧରପୁର କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଗୋଟିଏ ପରିବାରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ରହିଛନ୍ତି । ଜଣେ ୩ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୬ ବର୍ଷର । ଏବେ ସମସ୍ତଙ୍କୁ କୋଭିଡ-19 ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।