Trending Photos
)
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଜବତ । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟ୍ରକରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୁବର୍ଣ୍ଣପୁର ପୋଲିସ ।
ଏକ ମାଲବାହୀ ଟ୍ରକ ଯୋଗେ ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ସୋନପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ପିଛା କରିଥିଲା । ଗାଡି ଦୃତ ଗତିରେ ପଳାଇବାରୁ ହରଡଖୋଲ ଫାଣ୍ଡିକୁ ଖବର ଦେଇଥିଲା ଟାଉନ ପୋଲିସ । ସେଠାରେ ପୋଲିସ ଗାଡିକୁ ଅଟକ ରଖି ତନାଘନା କରିଥିବାବେଳେ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ।
ଗାଡିରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛି ପୋଲିସ । ଗାଡିରେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣା ପଡିଥିବାବେଳେ ଏହାର ଅନୁମାନିକ ମୁଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ସୁଚନା ମିଳିଛି । ସୁବର୍ଣ୍ଣପୁର ପୋଲିସ ଗାଡିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।