Advertisement
Article Detail0/zeeodisha/odisha690910
Zee OdishaOdisha Stateକଙ୍ଗାରୁ କୋର୍ଟରେ କ୍ୱାରେଣ୍ଟାଇନ ଦଣ୍ଡ

କଙ୍ଗାରୁ କୋର୍ଟରେ କ୍ୱାରେଣ୍ଟାଇନ ଦଣ୍ଡ

କୋରୋନା ମହାମାରୀ ପାଇଁ ସରକାର ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି।  ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହେଁ ଭଳି ଅନେକ ସଚେତନ ବାର୍ତ୍ତା ଦେଉଛନ୍ତି। କିନ୍ତୁ ଏହାର ଚିତ୍ର ତୃଣମୂଳ ସ୍ତରରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ରହିଥିବା ଦେଖିବାକୁ ମିଳିଛି। ଏହାର ଭାଷା ବଖାଣୁଛି ମୋହନା ଅଞ୍ଚଳରେ ଏକ ଜଙ୍ଗଲ ମଧ୍ୟରେ ହୋମ କ୍ୱାରେଣ୍ଟାଇନରେ ଥିବା

କଙ୍ଗାରୁ କୋର୍ଟରେ କ୍ୱାରେଣ୍ଟାଇନ ଦଣ୍ଡ

ମୋହନା: କୋରୋନା ମହାମାରୀ ପାଇଁ ସରକାର ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି।  ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହେଁ ଭଳି ଅନେକ ସଚେତନ ବାର୍ତ୍ତା ଦେଉଛନ୍ତି। କିନ୍ତୁ ଏହାର ଚିତ୍ର ତୃଣମୂଳ ସ୍ତରରେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ରହିଥିବା ଦେଖିବାକୁ ମିଳିଛି। ଏହାର ଭାଷା ବଖାଣୁଛି ମୋହନା ଅଞ୍ଚଳରେ ଏକ ଜଙ୍ଗଲ ମଧ୍ୟରେ ହୋମ କ୍ୱାରେଣ୍ଟାଇନରେ ଥିବା ୭ ଜଣ। ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ପଞ୍ଚାୟତର ଖାରିପଦା ଗାଁ ନିକଟସ୍ଥ ପାହାଡିଆ ଜଙ୍ଗଲରେ ହୋମ କ୍ବାରାଣ୍ଟାଇନ ରହୁଥିବା ପ୍ରବାସୀ ଓଡିଆଙ୍କ ବାସ୍ତବ ଚିତ୍ର।

ଏହି ୭ ଜଣ ନିକଟରେ ଗୁଜୁରାଟରୁ ଫେରିଥିଲେ। ଗୁଜୁରାଟର ଅହମ୍ମଦାବାଦରୁ ନିଜ ଖର୍ଚ୍ଚରେ ଫେରିଥିବା ଏହି ସାତ ଜଣ ପ୍ରବାସୀ ପ୍ରଥମେ ୧୪ ଦିନିଆ ଅବାରସିଂ ପଞ୍ଚାୟତର ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ I ଏଥି ମଧ୍ୟରେ ଏମାନଙ୍କ ସ୍ୱାବ ପରୀକ୍ଷା ମଧ୍ୟ ହୋଇଥିଲା। ରିପୋର୍ଟ ନେଗେଟିଭ ଆସିଥିଲା। ପରେ ନୋଡାଲ ଅଫିସର ଡିସଚାର୍ଜ ସାର୍ଟିଫିକେଟ ଦେଇ ଆଉ ସାତ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ I ମାତ୍ର ଗାଁ କମିଟି ନିଷ୍ପତ୍ତି ପରେ ସେମାନଙ୍କୁ ଗ୍ରାମରେ ପୁରାଇ ଦେଇନଥିଲେ। ଫଳରେ ଗାଁ କମିଟିର ନିଷ୍ପତ୍ତି ଏହି ୭ ଜଣ ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି। 

ହେଲେ ଗାଁକୁ ଫେରିବା ପରେ ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟର ବିଚାର କ୍ରମେ ଗାଁରେ ନୁହେଁ ବରଂ ଜଙ୍ଗଲରେ ରହିବାକୁ ନିଷ୍ପତ୍ତି ହୋଇଥିଲା।  ନିୟମକୁ ନ ମାନିଲେ ଗାଁ କମିଟି କାରାଦଣ୍ଡ ଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ। ଗାଁ କମିଟିର ନିଷ୍ପତି କ୍ରମେ ଆଜକୁ ସାତ ଦିନ ହେଲା ଜଙ୍ଗଲରେ କୁଡିଆ କରି ବାସ କରୁଥିବା କହିଛନ୍ତି ଏହି ପ୍ରବାସୀମାନେ। 

Add Zee News as a Preferred Source
About the Author