• ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ
  • ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଲା ବଡଦାଣ୍ଡ
  • ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହ ପରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ
  • ୨୦୨୨ ଜାନୁଆରୀ ସୁଦ୍ଧା ସବୁ ବିଶ୍ବବିଦ୍ୟାଳୟରେ ଖୋଲିବ ଇ-ଅଫିସ
  • ରାଜ୍ୟର ବିଶ୍ବବିଦ୍ୟାଳୟ କର୍ମଚାରୀମାନଙ୍କୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ
  • ୨୦୨୨ ଜାନୁଆରୀ ପହିଲାରୁ ୱେବ୍‌ସାଇଟ୍‌ରେ ଇ-ସାର୍ଟିଫିକେଟ
  • ପ୍ରଥମେ ୨୦୨୦ର ସାର୍ଟିଫିକେଟ ଅପଲୋଡ ହେବ
  • ପରେ ୨୦୧୫ ପର୍ଯ୍ୟନ୍ତ ସାର୍ଟିଫିକେଟକୁ ଅପଲୋଡ କରାଯିବ
  • ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • ପ୍ରେସମିଟ କରି ବଡ ସୂଚନା ଦେଲେ ଗଜପତି ଏସପି

ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଶିକ୍ଷକ!

ସୂଚନାମୁତାବକ, ସୋନପୁର ପଞ୍ଚାୟତର ସରପଞ୍ଚ କେଶବସେନ ମୁଠାମାଝିଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ, ଉକ୍ତ ପଞ୍ଚାୟତର ଜଣେ ଶିକ୍ଷକ ସରୋଜ କୁମାର ସିଂ । ଆଉ ଗତ ୨୭ ତାରିଖ ଗୁରୁବାର ଦିନ ରାତି ପ୍ରାୟ ୮ଟା ସମୟରେ ଅନ୍ଧାରର ସୁଯୋଗ ନେଇ ଏକ ବୋଲେରୋ ଗାଡ଼ି ଯୋଗେ ସରପଞ୍ଚଙ୍କ ଘରେ ପହଞ୍ଚିଥିଲେ ଶିକ୍ଷକ ସରୋଜ କୁମାର ସିଂ । ତାଙ୍କ ସାଥିରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ କପିଳ ଦିଗାଳ ଏବଂ ଅନ୍ୟ ୫ ଜଣ ଅଚିହ୍ନା ବ୍ୟକ୍ତି ସାମିଲ ଥିଲେ ।

ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କଲା ଶିକ୍ଷକ!
ଫାଇଲ ଫଟୋ

କନ୍ଧମାଳ: Teacher Try to Kill Sarpanch in Kandhamal: ରାତିର ଅନ୍ଧାରର ସୁଯୋଗ ନେଇ ସରପଞ୍ଚଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ ଜଣେ ଶିକ୍ଷକ । ହେଲେ ସରପଞ୍ଚଙ୍କ ପାଟି ଶୁଣି ଗାଁ ଲୋକ ଏକାଠି ହୋଇଯିବାରୁ ଶିକ୍ଷକଙ୍କ ଯୋଜନା ଅସଫଳ ହେବା ସହ ଗାଁ ଲୋକଙ୍କ ହାତରୁ ଖସି ଦୌଡ଼ି ପଳେଇଲେ ଶିକ୍ଷକ ଓ ତାଙ୍କ ସହଯୋଗୀ । ହେଲେ ଗାଁ ଦାଣ୍ଡରେ ଛାଡ଼ି ଗଲେ କୋଭିଡ଼-୧୯ ପାସ ଥିବା ଏକ ବୋଲେରୋ ଗାଡ଼ି । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ (Daringbadi Block) ର ସୋନପୁର ପଞ୍ଚାୟତ ଅଞ୍ଚଳରେ ଘଟିଛି  ।

ଅଧିକ ପଢ଼ନ୍ତୁ:-ଭଲ ଖବର! ୧୧.୮ କୋଟି ଛାତ୍ର-ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର, ଘୋଷଣା କଲେ ଶିକ୍ଷା ମନ୍ତ୍ରୀ 

ସୂଚନାମୁତାବକ, ସୋନପୁର ପଞ୍ଚାୟତର ସରପଞ୍ଚ କେଶବସେନ ମୁଠାମାଝିଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ, ଉକ୍ତ ପଞ୍ଚାୟତର ଜଣେ ଶିକ୍ଷକ ସରୋଜ କୁମାର ସିଂ । ଆଉ ଗତ ୨୭ ତାରିଖ ଗୁରୁବାର ଦିନ ରାତି ପ୍ରାୟ ୮ଟା ସମୟରେ ଅନ୍ଧାରର ସୁଯୋଗ ନେଇ ଏକ ବୋଲେରୋ ଗାଡ଼ି ଯୋଗେ ସରପଞ୍ଚଙ୍କ ଘରେ ପହଞ୍ଚିଥିଲେ ଶିକ୍ଷକ ସରୋଜ କୁମାର ସିଂ । ତାଙ୍କ ସାଥିରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ କପିଳ ଦିଗାଳ ଏବଂ ଅନ୍ୟ ୫ ଜଣ ଅଚିହ୍ନା ବ୍ୟକ୍ତି ସାମିଲ ଥିଲେ । ସେମାନଙ୍କ ହାତରେ ସବୁ ମାରଣାସ୍ତ୍ର ଥିଲା । ପରେ ସେମାନେ ସରପଞ୍ଚଙ୍କୁ ଘର ବାହାରକୁ ଡ଼ାକିଥିଲେ । ଘର ବାହାରକୁ ଆସିବା ପରେ ମାରଣାସ୍ତ୍ର ଯୋଗେ ସରପଞ୍ଚଙ୍କୁ ଆକ୍ରମଣ କରିବା ଆରମ୍ଭ କରିବା ସମୟରେ ସରପଞ୍ଚ ସେଠୁ ଦୌଡ଼ି ନିଜ ଘର ଭିତରକୁ ଚାଲିଯାଇଥିଲେ । ଆଉ ଜୀବନ ବିକଳରେ ସରପଞ୍ଚ ଓ ତାଙ୍କ ପରିବାର ଲୋକ ପାଟି କରୁଥିବା ଶୁଣି ଗାଁ ଲୋକ ସଭିଏଁ ଏକାଠି ହୋଇ ସରପଞ୍ଚଙ୍କ ଘର ଦ୍ୱାରେ ପହଞ୍ଚିବା ବେଳକୁ ସେଠୁ ଶିକ୍ଷକ ସରୋଜ କୁମାର ସିଂ ନିଜ ସହଯୋଗୀଙ୍କ ସହ ଦୌଡ଼ି ପଳେଇ ଯାଇଥିଲେ । 

ଅଧିକ ପଢ଼ନ୍ତୁ:-୧୦ ମାସର ଶିଶୁକୁ ଛୁରୀ ଭୁସି ହତ୍ୟା କଲା ମା', ତା’ପରେ ସ୍ୱାମୀଙ୍କ ଫୋନକୁ ପଠାଇଲା ଏହି ମେସେଜ୍

କିନ୍ତୁ ସାଥିରେ ନେଇ ଆସିଥିବା କୋଭିଡ-୧୯ ଇମାରଜେନ୍ସି ପାସ ଲେଖା ଥିବା ବୋଲେରୋ ଗାଡ଼ି ନଂ- OD 19 K 3325 କୁ ଗାଁ ଦାଣ୍ଡରେ ହିଁ ଛାଡି ଚାଲିଯାଇଥିଲା । ଆଉ ସରପଞ୍ଚ କେଶବସେନ ମୁଠାମାଝି ଏନେଇ ଦାରିଙ୍ଗବାଡି ଥାନାରେ ଶିକ୍ଷକ ସରୋଜ କୁମାର ସିଂ ଓ କପିଳ ଦିଗାଳ ଏବଂ ଅଚିହ୍ନା ୫ ଜଣ ସହଯୋଗୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଅଟକ ବୋଲେରୋ ଗାଡିଟିକୁ ଦାରିଙ୍ଗବାଡି ଥାନାରେ ଜିମା ଦେଇଥିଲେ । 

ଅଧିକ ପଢ଼ନ୍ତୁ:-୪୫ ଦିନ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ମୃତ୍ୟୁ ବରଣ କଲେ ଏତିକି ସଂକ୍ରମିତ

ସେପଟେ ପୋଲିସ ଏନେଇ ୮୯/ ୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ସରପଞ୍ଚଙ୍କୁ ଜୀବନରୁ ମାରିବା ପାଇଁ ଶିକ୍ଷକ ଜଣକ ଏତେ ସବୁ ଯୋଜନା କରିଥିଲା ତାହା ଜଣାପଡିପାରିନାହିଁ ।