)
ସମ୍ବଲପୁର: ପୁଅବୋହୁଙ୍କ ଆଖି ସାମ୍ନାରେ ବୃଦ୍ଧ ବାପା ଓ କାକାଙ୍କୁ ମାଡ଼ ମାରିଛନ୍ତି ଥାନା ଅଧିକାରୀ । ନ୍ୟାୟ ପାଇ ଏସପିଙ୍କ ଦ୍ୱାରସ୍ଥ ଦଳିତ ଆଦିବାସୀ ପରିବାର। ପୁଣି ସମ୍ବଲପୁର ପୋଲିସ ନାଁରେ ଏଭଳି ଏକ ସାଂଘାତିକ ଅଭିଯୋଗ। ପଡିଶାଘରର ଅଭିଯୋଗ ପରେ ବୃଦ୍ଧ ଦୁଇଭାଇଙ୍କୁ ଫାଣ୍ତିକୁ ଡାକି ନିଜ ପୁଅବୋହୁ ସାମ୍ନାରେ ଅମାନୁଷିକ ଭାବରେ ମାଡ଼ ମାରିଲା ପୋଲିସ। ମାଡ ମାରି ସାଧା କାଗଜରେ ଜୋର ଜବରଦସ୍ତ ଦସ୍ତଖତ ସହ ଜାତିଆଣ ଆକ୍ଷେପ କଲେ ଚିପିଲିମା ଫାଣ୍ଡି ବାବୁ।
ସେପଟେ ନ୍ୟାୟ ପାଇଁ ଏହି ଦୁଇ ବୃଦ୍ଧ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି. ଦ୍ୱାରସ୍ଥ ହେବାସହିତ ସମ୍ବଲପୁର ପୋଲିସ ନାଁରେ ଅଭିଯୋଗ ମଧ୍ୟ ଆଣିଛନ୍ତି । ଅଭିଯୋଗ ଆସିଛି ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ଫାଣ୍ଡି ଅଧିକାରୀ ସୁଶାନ୍ତ ଦାଶଙ୍କ ନାଁରେ । ଫାଣ୍ଡି ଅଧିକାରୀ ସୁଶାନ୍ତ ଦାଶ ଆଦିବାସୀ ଦଳିତ ସମ୍ପ୍ରଦାୟର ବୃଦ୍ଧ ଦୁଇ ଭାଇଙ୍କୁ ଥାନାକୁ ଡାକି ଅମାନୁଷିକ ମାଡ ମାରିଥିଲେ । ଏପରିକି ମାଡ ପରେ ଉଭୟେ ମେଡିକାଲରେ ଭର୍ତ୍ତି ହେବା ପରେ ଏବେ ଘରକୁ ଫେରିଛନ୍ତି । ଘଟଣାଟି ୧୬ ଅଗଷ୍ଟରେ କୁଦଗୁଣ୍ଡେରପୁର ପଞ୍ଚାୟତ ତବଡାକୁଦ ଗାଁର ପ୍ରସାଦୀ ଭୋସାଗର ଓ ତାଙ୍କ ଭାଇ ପ୍ରସନ୍ନ ଭୋସାଗର ନାଁରେ ପଡିଶା ଘର ଲୋକର ଅଭିଯୋଗ କରିଥଲେ।
ପରେ ଫାଣ୍ଡି ଅଧିକାରୀ ଦୁଇ ଭାଇ ସହ ତାଙ୍କ ପୁଅବୋହୁଙ୍କୁ ଫାଣ୍ତିକୁ ଡାକିଥିଲେ । ତେଵେ ଫାଣ୍ତିକୁ ଦୁଇ ବୁଦ୍ଧ ଭାଇ ପହଞ୍ଚିବା ପରେ ଫାଣ୍ତି ଅଧିକାରୀ ଭିତରେ ପୁରାଇ ଅମାନୁଷିକ ଭାବେ ନିର୍ଧୁମ ମାଡ ମାରିଥିଲେ । ଏମିତିକି ଦୁଇ ବୁଦ୍ଧକୁ ଚଟାଣରେ ପକାଇ ବାଡିରେ ନିର୍ଦ୍ଧୁମ ପିଟିଥିଲେ ଫାଣ୍ତି ବାବୁ ବୋଲି ଅଭିଯୋଗ ହୋଇଛି ।
ସେପଟେ ଏନେଇ ଫାଣ୍ତି ବାବୁଙ୍କ ନାଁରେ ପରିବାର ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଅନେକ ଥର ଥାନା ଦ୍ବାରସ୍ତ ହୋଇଥିଲେ ମଧ୍ୟ କୌଣସି ଫଳ ମିଲି ନଥିଲା । ନିଜ ବୟସ୍କ ବୃଦ୍ଧ ବାପା ଓ ୬୫ ବର୍ଷିୟ କାକାଙ୍କୁ ନିଜ ସାମ୍ନାରେ ଅମାନୁଷିକ ମାଡ ଦେଖି ସହିପାରିଲେନି ପୁଅବୋହୁ । ମାଡ ମାରୁଥିବା ଦେଖି ବିରୋଧ କରିବାରୁ ବୋହୁ ସରସ୍ବତୀଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଲୀଳ ଭାଷାରେ ଚିପିଲିମା ଫାଣ୍ଡି ଅଧିକାରୀ ସୁଶାନ୍ତ ଦାଶ ଗାଲିଗୁଲଜ କରିଥିଲେ । ଏମିତି କି ଥାନାରେ ଭିତରେ ପୁରେଇ ଦେବା ପାଇ କହିଥିବା ଅଭିଯୋଗ ଆଣିଛନ୍ତି ସ୍ଵରସ୍ୱତୀ । ତେଵେ ଏହି ଘଟଣା କୁ ମାସକ ରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ବୁର୍ଲା ପୋଲିସ ନେଇ ନଥିବାରୁ ଏସପି ଙ୍କ ଦ୍ବାରସ୍ତ ହୋଇଥିଲେ ପରିବାର ଲୋକ। ଏସପି ମଧ୍ୟ ଅଭିଯୋଗ ଗ୍ରହଣ କରି ତଦନ୍ତ କରାଯିବ ବୋଲି କହିଥିବା ସୂଚନା ମିଳିଛି ।
ନୀରିହ ଦଳିତ ଆଦିବାସୀ ପରିବାରର ଦୁଇ ବୁଦ୍ଧ ପୋଲିସଠୁ ନିର୍ଘାତିଆ ମାଡ ଖାଇଲେ। ସେପଟେ ବୁର୍ଲା ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଵଦଳରେ ହାତ ବାନ୍ଧି ଚୁପ ହୋଇ ବସିଛି । ତେଵେ ଏସପି ଏହି ଦଳିତ ଆଦିବାସୀ ପରିବାରଙ୍କୁ ନ୍ୟାୟ ଦେଇ ପାରିବେ ନା ଅନ୍ୟ ଘଟଣା ଭଳି ହାତ ବାନ୍ଧି ଚୁପ ହୋଇ ରହିଯିବ ପୋଲିସ ତାହାକୁ ଅପେକ୍ଷା ।