ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବିବାଦ ସମାଧାନ ଓ ଶାନ୍ତି ବିଷୟରେ ୨ ଦିନିଆ କର୍ମଶାଳା
Advertisement

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବିବାଦ ସମାଧାନ ଓ ଶାନ୍ତି ବିଷୟରେ ୨ ଦିନିଆ କର୍ମଶାଳା

ଏହି କର୍ମଶାଳାରେ ଯୋଗ ଦେଇଥିବା ଅତିଥି କହିଥିଲେ ଯେ କୌଣସି ସମୟରେ ମଧ୍ୟ ବିବାଦ ଘଟିବା ଆଗରୁ ତାହାର ସମାଧାନ ବାବଦରେ ଆପୋଷ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବିବାଦ ସମାଧାନ ଓ ଶାନ୍ତି ବିଷୟରେ ୨ ଦିନିଆ କର୍ମଶାଳା

ସମ୍ବଲପୁର: ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ବିବାଦ ସମାଧାନ ଓ ଶାନ୍ତି ବିଷୟରେ ଏକ ୨ ଦିନିଆ କର୍ମଶାଳା ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ହେଉଛି। କିଭଳି ଭାବେ ବିଶ୍ଵରେ ବିବାଦକୁ ଏଡାଇ ଦିଆଯାଇ ସମାଧାନ ଓ ଶାନ୍ତିର ବାର୍ତ୍ତା ପ୍ରଚାରିତ ହୋଇପାରିବ ସେ ଦିଗରେ ଏହି କର୍ମଶାଳାରେ ଆଲୋକପାତ କରାଯାଇଥିଲା। କଥାବାର୍ତ୍ତା ମାଧ୍ୟମରେ ଆପୋଷ ଆଲୋଚନା ମାଧ୍ୟମରେ ବଡ ବଡ ସମସ୍ୟାର ସମାଧାନ କରାଯାଇପାରୁଛି। ଋଷିଆ-ୟୁକ୍ରେନ ମଧ୍ୟରେ ଚାଲି ଥିବା ଯୁଦ୍ଧକୁ ନେଇ ଆପୋଷ ଆଲୋଚନା କରାଯାଇଥାନ୍ତା ତାହେଲେ କିଛିଟା ସମାଧାନର ସୂତ୍ର ବାହାରିଥାନ୍ତା ବୋଲି କହିଥଲେ କୋଲକାତା ୟୁନିଭରସିଟି ପ୍ରଫେସର ଈଶାନୀ ନଷ୍କର। 

ସୋମବାର ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଆୟୋଜିତ ହୋଇଥିବା କର୍ମଶାଳାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମୁଖ୍ୟ ଅତିଥି ଏବଂ କୋଲକାତା ଯାଦବପୁର ୟୁନଭରସିଟି ପ୍ରଫେସର ଇଶାନି ନଷ୍କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକ ରଜତ କୁଜୁର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶାଶ୍ୱତ ପୁଝାରି, ଡକ୍ଟର ରୋଶନି କୁଜୁର, ପୁନମ ଡୁଙ୍ଗଡୁଙ୍ଗ ସହଯୋଗ କରିଥିଲେ। 

ସମ୍ବଲପୁର ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି କର୍ମଶାଳାରେ ଯୋଗ ଦେଇଥିବା ଅତିଥି କହିଥିଲେ ଯେ କୌଣସି ସମୟରେ ମଧ୍ୟ ବିବାଦ ଘଟିବା ଆଗରୁ ତାହାର ସମାଧାନ ବାବଦରେ ଆପୋଷ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ। ସେଥିପ୍ରତି ସମସ୍ତେ ସମାଧାନ ଓ ଶାନ୍ତି ପାଇଁ ଆଗ୍ରହ ପ୍ରକାଶ କରିବା କଥା।