Advertisement
Article Detail0/zeeodisha/odisha696834
Zee OdishaOdisha Stateସାଲେପୁରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ଦୁଇ ଗୁରୁତର

ସାଲେପୁରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ଦୁଇ ଗୁରୁତର

ମୃତ ଯୁବକ ଜଣକ ହେଲେ ବୈକୁଣ୍ଠ ନାଥ ଦାସ। ତାଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନଟରା ଗାଁରେ । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଦୀପକ ଦାସ, ସାଲେପୁର: କଟକ ସାଲେପୁର ବଜାର ନିକଟ ସନ୍ତୋଷୀ ମା ମନ୍ଦିର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ହେଲେ ବୈକୁଣ୍ଠ ନାଥ ଦାସ। ତାଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନଟରା ଗାଁରେ । ସେହିପରି ଆହତ ଦୁଇ ଜଣ ହେଲେ କେନ୍ଦୁପାଟଣା ଅଞ୍ଚଳର ସୁଶାନ୍ତ ସାହୁ ଓ ରାଜେଶ ନାୟକ । ସେମାନଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । 

ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଦୁଇ ବାଇକ ମଧ୍ୟ ଜବତ ହୋଇଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ କରୁଛି ପୋଲିସ । 

Add Zee News as a Preferred Source
About the Author