Advertisement
Article Detail0/zeeodisha/odisha691021
Zee OdishaOdisha Stateପୁଣି ମାନବିକତା ଦେଖାଇଲେ ସବ୍ୟ

ପୁଣି ମାନବିକତା ଦେଖାଇଲେ ସବ୍ୟ

ପୁଣିଥରେ ମାନବିକତା ଦେଖାଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। 

ପୁଣି ମାନବିକତା ଦେଖାଇଲେ ସବ୍ୟ

ଭୁବନେଶ୍ୱର: ପୁଣିଥରେ ମାନବିକତା ଦେଖାଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। ତାମିଲନାଡ଼ୁରୁ ଆସୁଥିବା କିଛି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇବା ସହିତ ସେମାନଙ୍କୁ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। କିଛି ଦିନ ତଳେ ପଶ୍ଚିମବଙ୍ଗର ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଥିବା ବେଳେ ଆଜି ପୁନର୍ବାର ଶ୍ରମିକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ଫଳରେ ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି। 

ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟାରୁ ୩୦ ଜଣ ଓଡ଼ିଆ ପ୍ରବାସୀଙ୍କୁ ଧରି ତାମିଲନାଡ଼ୁରୁ ଏକ ବସ ଆସିଥିଲା। ଏନେଇ ସବ୍ୟ ସୂଚନା ପାଇବା ପରେ ସେମାନଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଖଣ୍ଡଗିରି ନିକଟରେ ବସ ପହଞ୍ଚିବା ପରେ ସବ୍ୟ ସେମାନଙ୍କୁ ସ୍ୱାଗତ କରିଥିଲେ। ଏପରିକି ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ଲାଗି କିଛି ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିଲେ। 

ତେବେ ତାମିଲନାଡ଼ୁରୁ ଆସିଥିବା ଶ୍ରମିକଙ୍କ ମଧ୍ୟରେ ବିଶେଷ କରି ରାୟଗଡ଼ା, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାର ରହିଥିବା ସୂଚନା ରହିଛି। ସେମାନଙ୍କୁ ସ୍ୱାଗତ କରିବା ପରେ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ସବ୍ୟ। 

Add Zee News as a Preferred Source

 

About the Author