ଫେସବୁକରେ ବିବାଦୀୟ କମେଣ୍ଟ ଦେବା ମାମଲା: କଟିଲା ଓକିଲଙ୍କ ସଦସ୍ୟତା ପଦ; ରୁଜୁ ହେବ ଅପରାଧିକ ମାମଲା
Advertisement

ଫେସବୁକରେ ବିବାଦୀୟ କମେଣ୍ଟ ଦେବା ମାମଲା: କଟିଲା ଓକିଲଙ୍କ ସଦସ୍ୟତା ପଦ; ରୁଜୁ ହେବ ଅପରାଧିକ ମାମଲା

ଫେସବୁକରେ କଙ୍ଗନା ରାଣାୱତଙ୍କର ବିରୁଦ୍ଧରେ ପୋଷ୍ଟ କରିବା ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ସଦସ୍ୟତା ରଦ୍ଦ କରାଯିବା ସହ ତାଙ୍କ ଓକିଲ ଲାଇସେନ୍ସ ରଦ୍ଦ କରିବାକୁ ବାର କାଉନସିଲକୁ ଚିଠି ଲେଖିଲା ଓକିଲ ସଂଘ। ଏଥିସହ ଝାରସୁଗୁଡା ଜିଲ୍ଳାପାଳ ଓ ଏସପିଙ୍କୁ ଭେଟି ତୁରନ୍ତ ସମ୍ପୃକ୍ତ ଓକିଲଙ୍କୁ ଗିର

ଫେସବୁକରେ ବିବାଦୀୟ କମେଣ୍ଟ ଦେବା ମାମଲା: କଟିଲା ଓକିଲଙ୍କ ସଦସ୍ୟତା ପଦ; ରୁଜୁ ହେବ ଅପରାଧିକ ମାମଲା

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଫେସବୁକରେ କଙ୍ଗନା ରାଣାୱତଙ୍କର ବିରୁଦ୍ଧରେ ପୋଷ୍ଟ କରିବା ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ସଦସ୍ୟତା ରଦ୍ଦ କରାଯିବା ସହ ତାଙ୍କ ଓକିଲ ଲାଇସେନ୍ସ ରଦ୍ଦ କରିବାକୁ ବାର କାଉନସିଲକୁ ଚିଠି ଲେଖିଲା ଓକିଲ ସଂଘ। ଏଥିସହ ଝାରସୁଗୁଡା ଜିଲ୍ଳାପାଳ ଓ ଏସପିଙ୍କୁ ଭେଟି ତୁରନ୍ତ ସମ୍ପୃକ୍ତ ଓକିଲଙ୍କୁ ଗିରଫ ଦାବି କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ: ବଲିଉଡ କ୍ୱିନଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡିଆ ଓକିଲ, ବ୍ଲକ ହୋଇଗଲା ଫେସବୁକ ଆକାଉଣ୍ଟ

ଝାରସୁଗୁଡ଼ାର ଜଣେ ଓକିଲ ମେହେନ୍ଦୀ ରେଜା ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାମରେ ଫେସବୁକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଝାରସୁଗୁଡାସ୍ଥିତ ହନୁମାନ ମନ୍ଦିର ସେବା ସମିତି ପକ୍ଷରୁ ଏନେଇ ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ମେହେନ୍ଦୀ ରେଜା ପେସାରେ ଓକିଲ ହୋଇଥିଲେ ହେଁ ଜଣେ ସମ୍ମାନୀତ ମହିଳାଙ୍କ ବିଷୟରେ ଅଭଦ୍ରୋଚିତ ଟିପ୍ପଣୀ କରିବା ଅଶୋଭନୀୟ ।

ଅଧିକ ପଢନ୍ତୁ: ଲଘୁଚାପ ଘନୀଭୂତ, ଆଗାମୀ ୨୪ ଘଣ୍ଟା ବର୍ଷିବ

ଅଭିନେତ୍ରୀ କଙ୍ଗନା ନବରାତ୍ରୀ ଉପଲକ୍ଷେ ଫେସବୁକରେ କିଛି ଫଟୋ ଛାଡ଼ିଥିବା ବେଳେ ମେହେନ୍ଦୀ ରେଜା ସେଥିରେ ବିବାଦୀୟ ଟିପ୍ପଣୀ କରିଥିଲେ । ତାଙ୍କର ଏଭଳି ଟିପ୍ପଣୀ ଫଳରେ ଅଭିନେତ୍ରୀଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆସିବା ସହ ହିନ୍ଦୁ ଜନଭାବନା ପ୍ରତି ଆଘାତ ଲାଗିଛି ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଝାରସୁଗୁଡା ଥାନାରେ ଅଭିଯୋଗ କରାଯାଇଛି । ଏଣୁ ମେହେନ୍ଦୀ ରେଜାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।  

ଅଧିକ ପଢନ୍ତୁ: ଚଳିତ ବର୍ଷ ଜଳିବନି ରାବଣ

ଏନେଇ ଝାରସୁଗୁଡା ଥାନାରେ ମେହେନ୍ଦୀ ରାଜା ବିରୋଧରେ ଦଫା ୨୯୪ ଓ IT ACTର ଧାରା ୬୭ ଏକ ମାମଲା ରୁଜୁ କରାଯାଇଛି । ଏହି ବିବାଦ ଘନେଇବା ପରେ ମେହେନ୍ଦୀଙ୍କ ଆକାଉଣ୍ଟ ବ୍ଲକ ହୋଇଯାଇଛି । ତା'ଛଡ଼ା ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଛି ଓ ଏହାର କେହି ଦୂରୁପଯୋଗ କରୁଛି ବୋଲି ​‌ସେ ସ୍ପଷ୍ଟୀକରଣ ଦେଇଛନ୍ତି । 

ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇଛି ଝାରସୁଗୁଡା ଓକିଲ ସଂଘ ସମେତ ଜିଲ୍ଲା ବିଜେପି । ଆଜି ଜିଲ୍ଲା ଓକିଲ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେହେନ୍ଦୀ ରେଜା ବିରୋଧରେ କଡା ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଓକିଲ ସଂଘର ଅନ୍ତରୀଣ ସଭାପତି ପି. ରାମମୋହନ ରାଓ । ଅନ୍ୟପଟେ ସାମାଜିକ ଗଣମାଧ୍ୟମ ଏଭଳି ପୋଷ୍ଟ ପାଇଁ ସହରରେ ଭାଇଚାରା ନଷ୍ଟ ହେଉଥିବା ବେଳେ ତୁରନ୍ତ ମେହେନ୍ଦୀ ରେଜାକୁ ଗିରଫ ପାଇଁ ଦାବି କରିଛନ୍ତି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଦିନେଶ ଜୈନ ।