Advertisement
Article Detail0/zeeodisha/odisha712402

ବୁର୍ଲାରେ ପୁଣି ୪ କୋରୋନା ଯୋଦ୍ଧା ସଂକ୍ରମିତ

ଗୁରୁବାର ଜିଲ୍ଲାରେ ୪ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪ ଜଣ ବୁର୍ଲା ଭୀମସାର କୋଭିଡ ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବୁର୍ଲା ଭୀମସାର ମେଡିକାଲରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାର ସମସ୍ତ ଓପିଡିକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏପରିକି ସମ୍ବଲପୁର ସହରର କେତ

ବୁର୍ଲାରେ ପୁଣି ୪ କୋରୋନା ଯୋଦ୍ଧା ସଂକ୍ରମିତ

ସମ୍ବଲପୁର: ଗୁରୁବାର ଜିଲ୍ଲାରେ ୪ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪ ଜଣ ବୁର୍ଲା ଭୀମସାର କୋଭିଡ ଯୋଦ୍ଧା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବୁର୍ଲା ଭୀମସାର ମେଡିକାଲରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାର ସମସ୍ତ ଓପିଡିକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏପରିକି ସମ୍ବଲପୁର ସହରର କେତେକ ସ୍ଥାନରେ ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଉକ୍ତ ଅଞ୍ଚଳ ଗୁଡିକୁ ମଧ୍ୟ ସିଲ୍ କରି ଦିଆଯାଇଛି ।

ଏଭଳି ପରିସ୍ଥିତିରେ ଜିଲ୍ଲାବାସୀଙ୍କ ମନରେ ଭୟର ବାତାବତରଣ ଖେଳିଥିବା ବେଳେ ସେମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ଏଥିସହ ମାସ୍କ ପିନ୍ଧିବା ଓ ନୀତି ନିୟମକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ସେପଟେ ବୁର୍ଲା ଭୀମସାର ମେଡିକାଲରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏହାର ସମସ୍ତ ଓପିଡିକୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏପରିକି ସମ୍ବଲପୁର ସହରର କେତେକ ସ୍ଥାନରେ ସ୍ଥାନୀୟ ସଂକ୍ରମଣ ବାହାରିବା ପରେ ଉକ୍ତ ଅଞ୍ଚଳ ଗୁଡିକୁ ମଧ୍ୟ ସିଲ୍ କରି ଦିଆଯାଇଛି ।

ଏଭଳି ପରିସ୍ଥିତିରେ ଜିଲ୍ଲାବାସୀଙ୍କ ମନରେ ଭୟର ବାତାବରଣ ଖେଳିଥିବାବେଳେ ସେମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି । ଏଥିସହ ମାସ୍କ ପିନ୍ଧିବା ଓ ନୀତି ନିୟମକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି । ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୨୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୦୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮ଟି ମାମଲା ଏବେ ବି ସକ୍ରିୟ ରହିଛି ।

Add Zee News as a Preferred Source

 

About the Author