• କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ
  • ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ
  • ବିନା ପୂର୍ବ ପଞ୍ଜୀକରଣରେ ସିଧାସଳଖ ନେଇପାରିବେ ଟିକା
  • ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ
  • ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ
  • ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
  • ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି
  • ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା
  • ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଣ୍ଟ
  • ବାହୁଡା ଯାତ୍ରା ପାଇଁ ନୀତିନିର୍ଘଣ୍ଟ,ଜୁଲାଇ ୨୦ରେ ହେବ ବାହୁଡା ଯାତ୍ରା

କନ୍ଧମାଳରେ ଛୁଆ ବିକ୍ରି ଅଭିଯୋଗ

କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁଡୁପଡା ଗ୍ରାମରେ ପିଲା ବିକ୍ରିର ଅଭିଯୋଗ ହେଇଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରମୋଦିନୀ ସାମାନ୍ୟ ମାନସିକ ବିକାରଗ୍ରସ୍ତ ରହିଥିଲେ। ଆଉ ତାଙ୍କର ଗୋଟେ ୯ ବର୍ଷର ପୁଅ ଥିବାବେଳେ ଆଠ ଦିନ ତଳେ ଆଉ ଏକ ପୁତ୍ର ସନ୍ତାନ ଜନ

କନ୍ଧମାଳରେ ଛୁଆ ବିକ୍ରି ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁଡୁପଡା ଗ୍ରାମରେ ପିଲା ବିକ୍ରିର ଅଭିଯୋଗ ହେଇଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଗଦୀଶ ଦିଗାଲ ପ୍ରମୋଦିନୀ ଦିଗାଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରମୋଦିନୀ ସାମାନ୍ୟ ମାନସିକ ବିକାରଗ୍ରସ୍ତ ରହିଥିଲେ। ଆଉ ତାଙ୍କର ଗୋଟେ ୯ ବର୍ଷର ପୁଅ ଥିବାବେଳେ ଆଠ ଦିନ ତଳେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। 

ତେବେ ୨ ତାରିଖ ରାତିରେ ପ୍ରମୋଦିନୀ ଛୁଆକୁ ଛାଡି କେଉଁ ଆଡେ ଚାଲି ଯାଇଥିଲେ । ସକାଳେ ପରିବାର ଲୋକେ ପିଲା କାନ୍ଦ ଶୁଣି ପ୍ରମୋଦିନୀ ନଥିବା ଦେଖିଥିଲେ। ଆଉ ତାଙ୍କୁ ଖୋଜାଖୋଜି କରି ମଧ୍ୟ ପାଇନଥିଲେ। ଏହି କଥା ଜାଣିବା ପରେ ଜଗଦୀଶଙ୍କ ସମ୍ପର୍କୀୟ ଭୀମ ଦିଗାଲ ଛୁଆକୁ ନିସନ୍ତାନ ଥିବା ଫୁଲବାଣୀ ଚିତ୍ରକୁଟ ସାହିର ଆନନ୍ଦ କହଁରଙ୍କୁ ଦେଇଦେବାକୁ କହିଥିଲେ । ଜଗଦୀଶ ଦିନ ଗୋଟାଏ ବେଳେ ଛୁଆକୁ ନେଇ ଆନନ୍ଦଙ୍କୁ ଦେଇଥିଲେ। 

ଯାହାକି ଦୁଇ ହଜାର ଟଙ୍କାରେ ଛୁଆଟିକୁ ଜଗଦୀଶ ବିକ୍ରି କରିଦେଇଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ। ଏନେଇ ସୂଚନା ପାଇବା ପରେ ଚାଇଲ୍ଡଲାଇନର ସଦସ୍ୟମାନେ ଖଜୁରିପଡା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଆଉ ପୋଲିସ୍ ଉପସ୍ଥିତିରେ ଚାଇଲ୍ଡଲାଇନ ଛୁଆକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଛି। ଗତ କାଲି ଡିସିପିଓ ଖଜୁରିପଡା ଥାନାରେ ଏନେଇ ଏକ ଅଭିଯୋଗ ମଧ୍ୟ କରିଛନ୍ତି ।