ମଣିଷ ପ୍ରକୃତି ଉପରେ ଏତେ ଅତ୍ୟାଚାର କରୁଛି ଯେ, ଯାହାର ପ୍ରଭାବରେ ଜୀବଜନ୍ତୁଙ୍କ ବଂଶ ଲୋପ ପାଇବାରେ ବସିଲାଣି। ସେହି ଜୀବଙ୍କ ମଧ୍ୟରେ ଆମ ସମସ୍ତଙ୍କ ପ୍ରୀୟ ଘରଚଟିଆ ମଧ୍ୟ ଅଛି। ଆଉ ସେହି ଘରଚଟିଆକୁ ସୁରକ୍ଷା ଦେବାକୁ ଆଜି ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଇଛି।
Trending Photos
)
ଗଜପତି: 'କିଚିରି ମିଚିରି, କିଚିରି ମିଚିରି ଚଟିଆ, ଧାନ ଜଗିଥିଲା ନଟିଆ। ନଟିଆ ଧରିଲା ବାଡି, ଚଟିଆ ଗଲା ଉଡି।' ସେତେବେଳେ ପିଲାଙ୍କ ପଢାବହିରୁ ଯେଉଁ ଚଟିଆ ଉଡିଯାଇଥିଲା। ସେ ଆଜି ମଧ୍ୟ ଫେରିବାକୁ ଡରୁଛି। ଆଉ ଏହାର ମୁଖ୍ୟ କାରଣ ନଟିଆ ବେଶର ଥିବା ମଣିଷ। ମଣିଷ ପ୍ରକୃତି ଉପରେ ଏତେ ଅତ୍ୟାଚାର କରୁଛି ଯେ, ଯାହାର ପ୍ରଭାବରେ ଜୀବଜନ୍ତୁଙ୍କ ବଂଶ ଲୋପ ପାଇବାରେ ବସିଲାଣି। ସେହି ଜୀବଙ୍କ ମଧ୍ୟରେ ଆମ ସମସ୍ତଙ୍କ ପ୍ରୀୟ ଘରଚଟିଆ ମଧ୍ୟ ଅଛି। ଆଉ ସେହି ଘରଚଟିଆକୁ ସୁରକ୍ଷା ଦେବାକୁ ଆଜି ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଇଛି।
ଆଞ୍ଚଳିକ ବିକାଶ ପରିଷଦ ଗଞ୍ଜାମ ଓ ପାରଳାଖେମୁଣ୍ଡି ବନଖଣ୍ଡ ସହଯୋଗରେ ବିଶ୍ୱ ଘରଚଟିଆ ଦିବସ ଗୋଷାଣି ବ୍ଳକ ପାଟିକୋଟା ଗ୍ରାମରେ ପାଳିତ ହୋଇଯାଇଛି। ଘରଚଟିଆର ସୁରକ୍ଷା ଓ ସଂରକ୍ଷଣ ତଥା ଜନ ସଚେତନତା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ପରିଷଦର ସଭାପତି ସାଗର କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ଅତିଥି ରୂପେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସହକାରୀ ବନ ସଂରକ୍ଷକ ଗୌରୀ ପ୍ରସାଦ ରାଉତ, ଦେବଗିରି ବନାଞ୍ଚଳ ଅଧିକାରୀ ଅରୁଣ କୁମାର ବେହେରା, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଯୋଗ ଦେଇଥିଲେ।
Also Read: ନିର୍ଭୟା ଦୋଷୀଙ୍କ ଫାଶୀକୁ ବର୍ଷେ; ଓକିଲ ଏପି ସିଂହ ଦେଲେ ଏପରି ବୟାନ
ବିଶ୍ୱ ଘରଚଟିଆ ଦିବସ (World Sparrow Day) କାର୍ଯ୍ୟକ୍ରମରେ ଘରଚଟିଆ (Sparrow) ର ସୁରକ୍ଷା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଓ ବନ ସୁରକ୍ଷା ସମିତିର ସଭାପତି ଏ. ସିମାଦ୍ରିଙ୍କୁ କ୍ରୁତିମ ବସା, ଖାଦ୍ୟ ସ୍ଥଳୀ ବଣ୍ଟନ କରିବା ସହ ଘର ଦାଣ୍ଡରେ କୃତ୍ରିମ ବସା ସ୍ଥାପନ କରଯାଇଥିଲା। ଆଞ୍ଚଳିକ ବିକାଶ ପରିଷଦ (anchalika bikash parishad) ପୂର୍ବରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକରେ ଘରଚଟିଆ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଫଳ ହୋଇଛି।
ଗଞ୍ଜାମ (Ganjam) ରେ ପରିଷଦ ଵହୁ ପ୍ରସଂଶା ସାଉଣ୍ଟି ଥିବା ବେଳେ ଆଉ ପାଦେ ଆଗକୁ ଜାଇ ପଡୋଶୀ ଜିଲ୍ଲା ଗଜପତି (Gajapati) ରେ ଆଜି ଘର ଚଟିଆ ଦିବସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଗାମୀ ଦିନରେ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ଅଞ୍ଚଳରେ ପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବ। ଏହା ବ୍ୟତୀତ ବନ୍ୟ ଜନ୍ତୁ (Wild life) ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ନେବା ନିମନ୍ତେ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି।