ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ: ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ?
Advertisement
Article Detail0/zeeodisha/odisha841625

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ: ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ?

ଆସନ୍ତା ୧୩ ତାରିଖରେ ହେବ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। 

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ: ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ?

ନିରଜ ଶତପଥି, କୋରାପୁଟ: ଓଡ଼ିଶାରେ (Odisha) ପୁଣି ଦାଦାଗିରି ଦେଖାଇବା ଆରମ୍ଭ କରିଦେଇଛି ପଡ଼ୋଶୀ ଆନ୍ଧ୍ର (Andhrapradesh)। ଦକ୍ଷିଣ ଓଡ଼ିଶାର (South Odisha) କୋରାପୁଟ (Koraput) ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆନ୍ଧ୍ର (Andhrapradesh) ରାସ୍ତା ନିର୍ମାଣ କରୁଥିବା ବେଳେ ପୂର୍ବରୁ ସରପଞ୍ଚ ମନୋନୀତ କରୁଥିବାର ଉଦାହରଣ ରହିଥିଲା । ମାତ୍ର ବର୍ତ୍ତମାନ କୋରାପୁଟର (Koraput) କୋଟିଆ (Kotia) ଅଞ୍ଚଳର ନିର୍ବାଚନ କରିବାକୁ ଯାଉଛି । 

କୋଟିଆରେ (Kotia) ଆନ୍ଧ୍ରର ନିର୍ବାଚନ। ଆସନ୍ତା ୧୩ ତାରିଖରେ ହେବ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। କୋଟିଆ (Kotia) ଅଞ୍ଚଳରେ ପୁର୍ବରୁ ଆନ୍ଧ୍ର (Aandhra) ପକ୍ଷରୁ ସରପଞ୍ଚ ମନୋନିତ କରାଯାଉଥିଲା। ତେବେ ପ୍ରଥମ ଥର ପାଇଁ ଆନ୍ଧ୍ର ପକ୍ଷରୁ କୋଟିଆରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ନୋମିନେସନ ଦାଖଲ ପ୍ରକ୍ରିୟା ଜାରି ରହିଛି। ଆଜି ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଆନ୍ଧ୍ରପ୍ରଦେଶ ସାଲୁର (Salur) ବ୍ଲକ ଅନ୍ତର୍ଗତ ତୋନମ (Tonam) ଏବଂ କୁରୁକୁଟିଠାରେ (Kurukuti) ପ୍ରାର୍ଥିପତ୍ର ଦାଖଲ କରାଯାଇଛି। 

ଅଧିକ ପଢନ୍ତୁ: ଟ୍ରେନ ଧକ୍କାରେ ଦୁଇ ହାତୀଙ୍କ ମୃତ୍ୟୁ

ଓଡିଶାର କୋଟିଆ ଏକ ମାତ୍ର ପଞ୍ଚାୟତ ହୋଇଥିବା ବେଳେ ଆନ୍ଧ୍ରର କିନ୍ତୁ ରହିଛି ୩ଟି ପଞ୍ଚାୟତ ତଳ ଗଞ୍ଜେଇପଦର, ଫାଟୁ ସିନେରି ଏବଂ ଫଗୁଣସିନେରୀ। ଏହି ତିନୋଟି ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନ କରିବାକୁ ଯାଉଛି। ଏନେଇ ପ୍ରର୍ଥୀମାନେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତଳ ଗଞ୍ଜେଇପଦର ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଦିବାକର ଗେମେଲ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡିଛି। 

ଅଧିକ ପଢନ୍ତୁ: ଆସନ୍ତା ୯ ତାରିଖରୁ ବଦଳିବ ଏହି ରାଶିଙ୍କ ଭାଗ୍ୟ, ଗ୍ରହ ପ୍ରବେଶ କାରଣରୁ ଦେଶରେ ଦେଖାଦେବ ଅରାଜକତା !

ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବରୁ କୋଟିଆ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିଛି। ଏପରିକି କିଛି ଦିନ ତଳେ ଭତ୍ତା ସମେତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛି । ଏବାବଦକୁ ଜଣକ ପିଛା ୧୩ ହଜାର ୫ଶହ ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିଛି। ପ୍ରଥମ ଥର ପାଇଁ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କୋଟିଆରେ କରୁଥିବାରୁ ଏହାକୁ ଅଧିକ ଗୁରୁତ୍ୱ ଦେଇଛି ଆନ୍ଧ୍ର।