ପୋଲିସ ଆଖିରେ ଧୂଳି ଦେଇ ଓଡିଶା କନ୍ୟାକୁ ନେଇ ଆନ୍ଧ୍ର ବର ଛୁ
Advertisement

ପୋଲିସ ଆଖିରେ ଧୂଳି ଦେଇ ଓଡିଶା କନ୍ୟାକୁ ନେଇ ଆନ୍ଧ୍ର ବର ଛୁ

ଏବେ ବି ଅନେକ ଗଳା ବାଟ ମୁକୁଳା ପଡି ରହିଛି। ଫଳରେ ଆନ୍ଧ୍ରରୁ ବରଯାତ୍ରୀ ଆସି ଓଡିଶାରେ ବାହା ହୋଇ କନ୍ୟାକୁ ନେଇ ଚାଲି ଯାଇଥିବା ବେଳେ ପୋଲିସ (Ganjam Police) ଓ ପ୍ରଶାସନ କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛି।

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ପଡୋଶୀ ଆନ୍ଧ୍ରରେ କୋରୋନାର ନୂତନ ଷ୍ଟ୍ରେନ୍ ଦେଖାଦେବା ପରେ ରାଜ୍ୟ ସରକାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କଜାକଡି ଚେକିଂ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଲୋକମାନଙ୍କ ଉପରେ କଡା ନଜର ରଖିବା ସହ ନାମ ପଞ୍ଜିକରଣ  କରାଯାଉଛି। ହେଲେ ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଗିରିସୋଲା ଚେକ ପଏଣ୍ଟରେ ଏହାର ସଂପୂର୍ଣ୍ଣ ବ୍ଯତିକ୍ରମ ଦେଖିବାକୁ ମିଳିଛି। ଏବେ ବି ଅନେକ ଗଳା ବାଟ ମୁକୁଳା ପଡି ରହିଛି। ଫଳରେ ଆନ୍ଧ୍ରରୁ ବରଯାତ୍ରୀ ଆସି ଓଡିଶାରେ ବାହା ହୋଇ କନ୍ୟାକୁ ନେଇ ଚାଲି ଯାଇଥିବା ବେଳେ ପୋଲିସ (Ganjam Police) ଓ ପ୍ରଶାସନ କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସିଛି।

ଆନ୍ଧ୍ର-ଓଡିଶା ସୀମାନ୍ତରେ ଅଛି ଗିରିଶୋଳା ଚେକପୋଷ୍ଟ୍। ପ୍ରବାସୀ (Migrant) ଙ୍କ ଉପରେ ନଜର ରଖିବାକୁ ଏଠାରେ ବ୍ଯାପକ ବ୍ଯବସ୍ଥା କରାଯାଇଛି ସତ। ହେଲେ କେତେଦୂର କାର୍ଯ୍ଯକ୍ଷମ ହେଉଛି ଏଠାକାର ବାସ୍ତବ ଦୃଶ୍ଯ ହିଁ ସ୍ପଷ୍ଟ ବୟାନ୍ କରୁଛି। ଆନ୍ଧ୍ର,  ତେଲେଙ୍ଗନା (Telangana) ରୁ ଆସୁଥିବା ପ୍ରତ୍ଯେକଟି ଯାତ୍ରୀ ଉପରେ ନଜର ରଖିବା ଲାଗି ଗିରିଶୋଲା ଠାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ତିନୋଟି ଚେକ ପେଏଣ୍ଟ ରହିଛି। ବାହାର ରାଜ୍ୟର ଗାଡି ଗୁଡିକ ଯାଞ୍ଚ କରିବା ଲାଗି ଏଠାରେ ପୋଲିସ୍ ବାବୁଙ୍କୁ ନିୟୋଜିତ କରାଯାଇଛି। କିନ୍ତୁ ସେମାନେ ରାଜରାସ୍ତା ଛାଡି ନିଜ ଟିମକୁ ନେଇ ଟେଣ୍ଟ୍ ଭିତରେ ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି। 

Also Read: ଦିନ ଦ୍ୱିପହରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ଭିଡିଓ ଭାଇରାଲ, ଜଣେ ଗିରଫ

ସେପଟେ ମୁକୁଳା ପଥର ସୁଯୋଗ ନେଇଛନ୍ତି ଆନ୍ଧ୍ରର ବରଯାତ୍ରୀ। ଓଡିଶା ସୀମା (Odisha Border) ଅତିକ୍ରମ କରି ଆନ୍ଧ୍ର ବର, ଓଡିଶା କନ୍ଯାଙ୍କୁ ବିବାହ କରି ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି।   ଆନ୍ଧ୍ର ପ୍ରଦେଶ ନୂଆଗାଆଁର ସାକ୍ଷାତ ପଣ୍ଡା, ଓଡିଶା ରଙ୍ଗେଇଲୁଣ୍ଡା ବ୍ଳକ୍ ଶାସନପଦର ଗାଆଁ ଜଗଦିଶ ପାତ୍ରଙ୍କ ଝିଅ ସହ ବିବାହ ବନ୍ଧନରେ ଆବଦ୍ଧ ଅବଧ ହୋଇଥିବା ଦେଖିବାକୁ ମିଳିଛି। ଖବର ଜାଣି ପ୍ରଶାସନ ପହଞ୍ଚିଲା ବେଳକୁ କନ୍ଯାକୁ ଧରି ବର ଛୁ ମାରିଥିବା ବେଳେ ବିବାହ ଉତ୍ସବରେ ଯୋଗ ଦେଇଥିବା କନ୍ଯା ପରିବାରର ସମସ୍ତ ସଦସ୍ଯଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଥିବା ତହସିଲଦାର ତାପସ ରାଉତ କହିଛନ୍ତି। 

ଅନ୍ୟପଟେ ନିୟମ (Covid norms) ବିଷୟରେ ଜାଣିନଥିବା କହିଛନ୍ତି କନ୍ଯା ପିତା ଜଗଦିଶ ପାତ୍ର। ବର ମଧ୍ଯ ଭୁଲ ସ୍ବୀକାର କରିଛି। ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି। ପଡୋଶୀ ଆନ୍ଧ୍ରରୁ ଗଳାବାଟ ଦେଇ ପ୍ରବାସୀ ଆସୁଥିବା ଖୋଦ୍ ଜିଲ୍ଲାପାଳ ସ୍ବୀକାର କରିଥିବା ବେଳେ ଗିରିଶୋଲା ଠାରେ ଅତିଶୀଘ୍ର TMC ସେଣ୍ଟର ପ୍ରସ୍ତୁତ କରି ପ୍ରବାସୀଙ୍କୁ ରଖାଜିବ ବୋଲି କହିଛନ୍ତି। ତେବେ କୋରୋନା ଗାଇଡଲାଇନକୁ ନେଇ ପ୍ରଶାସନ ଏତେ ପ୍ରଚର ଓ ସଚେତନ କାର୍ଯ୍ୟକ୍ରମ ହାତକୁ ନେଲାପରେ ମଧ୍ୟ ଗ୍ରାମବାସୀ କିପରି ଜାଣି ପାରୁନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି।