ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩୭୧୪ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩୭୧୪ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୫୮,୬୫୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୪୫ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ମଙ୍ଗଳବାର ରାଜ୍ୟରେ ପୁଣି ୩,୭୧୪ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୨୫,୭୩୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଶୁକ୍ର ଗ୍ରହରେ ମିଳିଲା ଜୀବନ !

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୪୪ ଜଣ, ବରଗଡ଼ରୁ ୩୯୭ ଜଣ, କଟକରୁ ୩୭୫ ଜଣ, ଯାଜପୁରରୁ ୨୪୨ ଜଣ, ପୁରୀରୁ ୨୦୧ ଜଣ, ମୟୂରଭଞ୍ଜରୁ ୧୧୭ ଜଣ, ଝାରସୁଗୁଡାରୁ ୧୧୭ ଜଣ, ବାଲେଶ୍ୱରରୁ ୧୧୫ ଜଣ, କୋରାପୁଟରୁ ୧୧୫ ଜଣ, କନ୍ଧମାଳରୁ ୧୦୦ ଜଣ, ଜଗତସିଂହପୁରରୁ ୯୩ ଜଣ, ଗଞ୍ଜାମରୁ ୯୨ ଜଣ, କେନ୍ଦ୍ରାପଡାରୁ ୮୮ ଜଣ, ସୁବର୍ଣ୍ଣପୁରରୁ ୮୪ ଜଣ, ସୁନ୍ଦରଗଡ଼ରୁ ୮୪ ଜଣ, ବଲାଙ୍ଗୀରରୁ ୭୫ ଜଣ, ଅନୁଗୋଳରୁ ୭୨ ଜଣ, ସମ୍ୱଲପୁରରୁ ୭୧ ଜଣ, ନୟାଗଡ଼ରୁ ୭୦ ଜଣ, କେନ୍ଦୁଝରରୁ ୬୦ ଜଣ, ନବରଙ୍ଗପୁରରୁ ୫୯ ଜଣ, ନୂଆପଡାରୁ ୫୩ ଜଣ, କଳାହାଣ୍ଡିରୁ ୪୮ ଜଣ, ଦେଓଗଡ଼ରୁ ୪୩ ଜଣ, ଗଜପତିରୁ ୩୮ ଜଣ, ଭଦ୍ରକରୁ ୩୪ ଜଣ, ଢେଙ୍କାନାଳରୁ ୩୪ ଜଣ, ମାଲକାନଗିରିରୁ ୨୨ ଜଣ, ବୌଦ୍ଧରୁ ୧୯ ଜଣ ଏବଂ ରାୟଗଡ଼ାରୁ ୧୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା ପାଇବା ପାଇଁ ବିଜେପି ସାଂସଦ କେତେବେଳେ କରିଥିଲେ କାଦୁଅ ସ୍ନାନ ତ କେତେବେଳେ ନିଆଁ ମଧ୍ୟରେ ଧ୍ୟାନ, ଏବେ ହୋଇଛନ୍ତି ସଂକ୍ରମିତ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୫୮,୬୫୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୪୫ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୨୨,୦୨୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୫,୯୨୮ ସକ୍ରିୟ ସଂକ୍ରମିତ ମାମଲା ରହିଛି ।