ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୬୨,୯୨୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୫୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ବୁଧବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୪,୧୨୧ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୨୯,୮୫୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ସତରେ କେବେ ମିଳିବ ଆମକୁ କୋରୋନା ଟୀକା

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୫୨ ଜଣ, କଟକରୁ ୪୪୦ ଜଣ, ପୁରୀରୁ ୨୭୫ ଜଣ, ଯାଜପୁରରୁ ୨୭୨ ଜଣ, ନୂଆପଡାରୁ ୨୬୮ ଜଣ, ଅନୁଗୋଳରୁ ୧୮୭ ଜଣ, ବରଗଡ଼ରୁ ୧୮୧ ଜଣ, ଢେଙ୍କାନାଳରୁ ୧୫୦ ଜଣ, ମୟୂରଭଞ୍ଜରୁ ୧୨୬ ଜଣ, ସୁବର୍ଣ୍ଣପୁରରୁ ୧୨୨ ଜଣ, କୋରାପୁଟରୁ ୧୧୯ ଜଣ, ବାଲେଶ୍ୱରରୁ ୧୦୮ ଜଣ,  ବଲାଙ୍ଗୀରରୁ ୧୦୮ ଜଣ, ଗଞ୍ଜାମରୁ  ୧୦୩ ଜଣ, କେନ୍ଦୁଝରରୁ ୮୩ ଜଣ, ବୌଦ୍ଧରୁ ୭୬ ଜଣ, କେନ୍ଦ୍ରାପଡାରୁ ୭୫ ଜଣ, କନ୍ଧମାଳରୁ ୬୯ ଜଣ, ଝାରସୁଗୁଡାରୁ ୬୬ ଜଣ, ସୁନ୍ଦରଗଡ଼ରୁ ୬୪ ଜଣ, ଭଦ୍ରକରୁ ୬୨ ଜଣ, ରାୟଗଡାରୁ ୬୧ ଜଣ, ସମ୍ୱଲପୁରରୁ ୬୦ ଜଣ, ନୟାଗଡ଼ରୁ ୫୬ ଜଣ, କଳାହାଣ୍ଡିରୁ ୫୧ ଜଣ, ଗଜପତିରୁ ୨୯ ଜଣ, ଦେଓଗଡ଼ରୁ ୨୪ ଜଣ, ନବରଙ୍ଗପୁରରୁ ୨୪ ଜଣ ଏବଂ ମାଲକାନଗିରିରୁ ୧୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ଶୁକ୍ର ଗ୍ରହରେ ମିଳିଲା ଜୀବନ !

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୬୨,୯୨୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୫୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି ୧,୨୫,୭୩୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୬,୪୭୩ ସକ୍ରିୟ ସଂକ୍ରମିତ ମାମଲା ରହିଛି ।