ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୬୦୭ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୬୦୭ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୬୭,୧୬୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୬୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ଆଉ ୩,୬୦୭ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୩୩,୪୬୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୩୭ ଜଣ, ପୁରୀରୁ ୪୧୫ ଜଣ, କଟକରୁ ୨୯୯ ଜଣ, ବଲାଙ୍ଗୀରରୁ ୧୪୦ ଜଣ, ମୟୂରଭଞ୍ଜରୁ ୧୨୮ ଜଣ, ଯାଜପୁରରୁ ୧୨୭ ଜଣ, ବାଲେଶ୍ୱରରୁ ୧୧୨ ଜଣ, ସୁନ୍ଦରଗଡ଼ରୁ ୧୦୭ ଜଣ, ଜଗତସିଂହପୁରରୁ ୧୦୫ ଜଣ, ନବରଙ୍ଗପୁରରୁ ୧୦୪ ଜଣ, ସୁବର୍ଣ୍ଣପୁରରୁ ୧୦୦ ଜଣ, ବରଗଡ଼ରୁ ୮୪ ଜଣ, କେନ୍ଦ୍ରାପଡାରୁ ୮୪ ଜଣ, ଝାରସୁଗୁଡାରୁ ୮୨ ଜଣ, ଗଞ୍ଜାମରୁ ୭୫ ଜଣ, କୋରାପୁଟରୁ ୭୫ ଜଣ, ସମ୍ୱଲପୁରରୁ ୭୧ ଜଣ, ନୟାଗଡ଼ରୁ ୫୫ ଜଣ, ଭଦ୍ରକରୁ ୫୪ ଜଣ, ନୂଆପଡାରୁ ୪୪ ଜଣ, କେନ୍ଦୁଝରରୁ ୪୩ ଜଣ, ମାଲକାନଗିରିରୁ ୩୭ ଜଣ, ବୌଦ୍ଧରୁ ୩୦ ଜଣ, ଢେଙ୍କାନାଳରୁ ୨୮ ଜଣ, ଗଜପତିରୁ ୨୬ ଜଣ, କଳାହାଣ୍ଡିରୁ ୧୯ ଜଣ, ଦେଓଗଡ଼ରୁ ୧୮ ଜଣ, କନ୍ଧମାଳରୁ ୧୬ ଜଣ ଏବଂ ଅନୁଗୋଳରୁ ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଭାରତକୁ କେବେ ମିଳିବ କୋରୋନା ଭ୍ୟାକ୍ସିନ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୬୭,୧୬୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୬୬୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୨୯,୮୫୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୬,୫୮୦ ସକ୍ରିୟ ସଂକ୍ରମିତ ମାମଲା ରହିଛି ।