)
ଚିତ୍ତରଞ୍ଜନ ନାୟକ, ବାଲିଗୁଡ଼ା: ରବିବାର କୁମ୍ବିଂ ଅପରେଶନ ବେଳେ ଶିର୍ଲା ଜଙ୍ଗଲରେ ୪ ମାଓବାଦୀଙ୍କୁ ସଫା କରିଥିଲେ ସୁରକ୍ଷାକର୍ମୀ । ଆଜି ପୁଣିଥରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମାଓବାଦୀ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି ।
କନ୍ଧମାଳ ପୋଲିସକୁ ଆଉ ଏକ ସଫଳତା । ଗତ ରବିବାର ୪ ମାଓବାଦୀଙ୍କୁ ନିପାତ କରିବା ପରେ ମଧ୍ୟ କୁମ୍ବିଂ ଅପରେଶନ ଜାରି ରଖିଥିବା ସୁରକ୍ଷାକର୍ମୀ ପୁଣି ଏକ ମାଓବାଦୀକୁ ନିପାତ କରିବାରେ ସଫଳ ହୋଇଛନ୍ତି । ସିର୍ଲା ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନ ମିଳିତ ଭାବେ କୁମ୍ବିଂ ଚଳାଇଛନ୍ତି । ଏବେ ମଧ୍ୟ ଅପରେଶନ ଜାରି ରହିଛି ।
କହିରଖୁଛୁ, ଗତ ୫ ତାରିଖରେ ଶିର୍ଲା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ମାଓବାଦୀ ନିପାତ ହୋଇଥିଲେ । ମୃତ ମାଓବାଦୀମାନେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ବୋଲି ଜଣାପଡ଼ିଥିଲା ।