ରାଜ୍ୟ ପାଇଁ ଗୌରବ ଆଣିଲେ ସମ୍ବଲପୁରର ଅର୍ପିତା
Advertisement

ରାଜ୍ୟ ପାଇଁ ଗୌରବ ଆଣିଲେ ସମ୍ବଲପୁରର ଅର୍ପିତା

ଦିଲ୍ଲୀର ଏମଆଇଏଚଏମ ସଂସ୍ଥା ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା । 

ରାଜ୍ୟ ପାଇଁ ଗୌରବ ଆଣିଲେ ସମ୍ବଲପୁରର ଅର୍ପିତା

ଅଜୟ କୁମାର ନାଥ, ସମ୍ବଲପୁର: ଅର୍ପିତା ପୂଝାରୀ ହେଲେ କୁଇନ ୟୁନିଭର୍ସ-୨୦୨୦ । କୋରୋନା ଯୋଗୁ ଅନଲାଇନରେ ଏହି ପ୍ରତିଯୋଗିତା ହୋଇଥିଲା । ସାରା ଦେଶରୁ ୪୮ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପିତା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଉ ତାଙ୍କର ଏହି ସଫଳତାକୁ ନେଇ ସମ୍ବଲପୁରରେ ଖୁସିର ମାହୋଲ । 

ଦିଲ୍ଲୀର ଏମଆଇଏଚଏମ ସଂସ୍ଥା ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିଲା । ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ୪୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଏହି ଗୌରବ ଅର୍ଜନ କରିଛନ୍ତି ସମ୍ବଲପୁରର ଝିଅ ଅର୍ପିତା । କେବଳ ସମ୍ବଲପୁର କାହିଁକି, ସମଗ୍ର ରାଜ୍ୟକୁ ମଧ୍ୟ ଅର୍ପିତାଙ୍କ ଏହି ସଫଳତା ଗୌରବାନ୍ୱିତ କରିଛି ।