Advertisement
Article Detail0/zeeodisha/odisha701881
Zee OdishaOdisha Stateସମ୍ବଲପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ: ଡ୍ରଗ୍ସକୁ ନା, ଜୀବନକୁ ହଁ

ସମ୍ବଲପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ: ଡ୍ରଗ୍ସକୁ ନା, ଜୀବନକୁ ହଁ

ଆଜି ହେଉଛି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ବିରୋଧ ଦିବସ (International Day Against Drug Abuse and Illicit Trafficking)।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଅଜୟ କୁମାର ନାଥ, ସମ୍ବଲପୁର: ସମସ୍ତେ କୁହନ୍ତୁ ଡ୍ରଗ୍ସକୁ ନା ଓ ଜୀବନ କୁ ହଁ । ଏହି ବାର୍ତ୍ତା ପ୍ରଚାର କରି ଆଜି ସମସ୍ତଙ୍କୁ ସଚେତନ କରୁଛି ସମ୍ବଲପୁର ପୋଲିସ ଓ ଅବକାରୀ ବିଭାଗ । ଆଜି ହେଉଛି ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଦୁରୁପଯୋଗ ଓ ଅବୈଧ ଚାଲାଣ ବିରୋଧ ଦିବସ (International Day Against Drug Abuse and Illicit Trafficking)। ସେଥିପାଇଁ ସମ୍ବଲପୁର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଏକ ନିଶାଦ୍ରଵ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । 

fallback

ପୋଲିସମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଛନ୍ତି । ନିଶା ଦ୍ରବ୍ୟ ସେବନର ଅପକାରିତା ବିଷୟରେ ସ୍ଲୋଗାନମାନ ଦେଇ ଲୋକଙ୍କୁ ନିଶା ସେବନଠାରୁ ଦୂରେଇ ରହିବାକୁ କହିଛନ୍ତି । ସହରର ମଧ୍ୟସ୍ଥଳ ଲକ୍ଷ୍ମୀ ଟକିଜ ଛକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରାଫିକ DSP ହିମାଂଶୁ ବେହେରା ଏ ବାବଦରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ସମସ୍ତେ ନିଶା ପରି ମହାମାରୀଠାରୁ ଦୂରେଇ ରହିବା ସହ ଏହାର ପ୍ରଭାବ ଯେଭଳି ଭାବରେ ସମାଜରେ ନପଡ଼େ, ସେ ଦିଗରେ ସମସ୍ତେ ସଚେତନ ହେବା ସହ ଅନ୍ୟକୁ ମଧ୍ୟ ସଚେତନ କରିବାକୁ ସେ କହିଥିଲେ ।

Add Zee News as a Preferred Source
About the Author