ଟ୍ରାଫିକ ନିୟମ ଭାଙ୍ଗି ଦୁଇ ମୃତ, ଜଣେ ଗୁରୁତର
Advertisement

ଟ୍ରାଫିକ ନିୟମ ଭାଙ୍ଗି ଦୁଇ ମୃତ, ଜଣେ ଗୁରୁତର

ବାଲେଶ୍ୱରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଯୁବକଙ୍କ ମୃତ ହୋଇଛି। ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ, ବାଲିଆ ଅଞ୍ଚଳର ତିନି ଜଣ ଯୁବକ ଏକ ବାଇକରେ ରେମୁଣା ଗୋଲେଇ ଯାଉଥିଲେ। 

ଡିଜାଇନ୍ ଫଟୋ

ବାଲେଶ୍ୱର: ଟ୍ରାଫିକ ନିୟମ ଅବମାନନା ମହଙ୍ଗା ପଡିଛି। ବାଇକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ରବିବାର ରାତିରେ ବାଲେଶ୍ୱରର ଭୀମାପୁର ନିକଟରେ ଦୁର୍ଘଟଣା ଘଟିଛି। ଗୋଟିଏ ବାଇକରେ ତିନି ଜଣ ଯାଉଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି।

ବାଲେଶ୍ୱରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ଯୁବକଙ୍କ ମୃତ ହୋଇଛି। ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ, ବାଲିଆ ଅଞ୍ଚଳର ତିନି ଜଣ ଯୁବକ ଏକ ବାଇକରେ ରେମୁଣା ଗୋଲେଇ ଯାଉଥିଲେ। ଏହି ସମୟରେ ଭୀମପୁରା ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରକୁ ପିଟିଥିଲା। ଦୁର୍ଘଟଣାରେ ସମସ୍ତ ତିନି ଜଣ ବାଇକ ଆରୋହୀ ଗୁରୁତ୍ର ହୋଇଥିଲେ। 

Also Read: ରୋଗୀ ସମେତ ୩ ମୁଣ୍ଡ ଗଡ଼ାଇଲା ବେପରୁଆ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର

ଦୁର୍ଘଟଣାର ଶିକାର ତିନି ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣେ ଗୁରୁତର ଚିକିତ୍ସିତ ହେଉଛନ୍ତି। ମୃତକ ଦୁଇଜଣଙ୍କ ନାମ ପରେଶ ଓ ଭାଲୁ ବୋଲି ଚିହ୍ନଟ କରାଯାଇଚି। ଆହତ ଜଣକ ବାଲିଆର ପାକୁଆ ବୋଲି ଜଣାପଡିଛିI ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦେଖାଯାଉଛି ଯେ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଯୋଗୁଁ ରାଜ୍ୟରେ ନିୟମିତ ଦୁର୍ଘଟଣା ଘଟୁଛି। ବାଲେଶ୍ୱରର ଏହି ଦୁର୍ଘଟଣା ସମୟରେ ଗୋଟିଏ ବାଇକରେ ତିନି ଜଣ ବସିଥିଲେ। ସେମାନେ ହେଲମେଟ ପିନ୍ଧିଥିଲେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ଦ୍ରୁତଗତି ଯୋଗୁଁ ବାଇକଟି ସନ୍ତୁଳନ ହରାଇ ଡିଭାଇଡରରେ ପିଟି ହୋଇଥିବା ସନ୍ଦେହ କରାଯାଉଛି। ନିୟମ ଅନୁସାରେ ଗୋଟିଏ ବାଇକରେ କେବଳ ଦୁଇ ଜଣ ଯାତ୍ରା କରିପାରିବେ। ଆଉ ଉଭୟଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ। 

Also Read: ପୋଲିସ ରେଡ୍ ପରେ ଗ୍ୟାଙ୍ଗଷ୍ଟର୍ ଝିଅଙ୍କ ମୃତ୍ୟୁ, ଥାନାଧିକାରୀ ନିଲମ୍ବିତ

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ବଡ଼ଚଣା ନିକଟରେ ଟ୍ରକ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସଟି ଟ୍ରକରେ ଚାପି ହୋଇ ରହିଥିଲା। ଘଟଣାସ୍ଥଳରେ ରୋଗୀ ସମେତ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏଠାରେ ମଧ୍ୟ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଯାଉଥିବା ଅଭିଯୋଗ ହୋଇଛି।