ଡ୍ରାଇଭର ସଞ୍ଜୟ ରାୟ ମୃତ୍ୟୁ ଘଟଣା: ପୋଲିସ ତଦନ୍ତରେ ଅସନ୍ତୁଷ୍ଟ, DIGଙ୍କ ଦ୍ବାରସ୍ଥ ହେଲେ ପରିବାର
Advertisement

ଡ୍ରାଇଭର ସଞ୍ଜୟ ରାୟ ମୃତ୍ୟୁ ଘଟଣା: ପୋଲିସ ତଦନ୍ତରେ ଅସନ୍ତୁଷ୍ଟ, DIGଙ୍କ ଦ୍ବାରସ୍ଥ ହେଲେ ପରିବାର

ଝାରସୁଗୁଡା ଜିଲ୍ଲାର ବେଳପାହାଡ଼, ଜମିଦାରିପଡାର ସଞ୍ଜୟ ରାୟ (୩୬) ପେଶାରେ ଜଣେ ଡ୍ରାଇଭର ଥିଲେ। ଗତ ଡିସେମ୍ବର ୧୬ ତାରିଖରେ ସେ ଶୁଭ୍ରାନ୍ତ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ କାରରେ ଶୁଭ୍ରାନ୍ତଙ୍କ ବାପା ମା’ଙ୍କୁ ନେଇ ରାୟପୁର ଯାଇଥିଲା।

ଡ୍ରାଇଭର ସଞ୍ଜୟ ରାୟ ମୃତ୍ୟ ଘଟଣା: ପୋଲିସ ତଦନ୍ତରେ ଅସନ୍ତୁଷ୍ଟ, DIGଙ୍କ ଦ୍ବାରସ୍ଥ ହେଲେ ପରିବାର

ସମ୍ବଲପୁର: ଡ୍ରାଇଭର ସଞ୍ଜୟ ରାୟଙ୍କ ମୃତ୍ୟ ଘଟଣାରେ ପରିବାର ଲୋକେ DIGଙ୍କର ଦ୍ବାରସ୍ଥ ହୋଇଛନ୍ତି। ଗତ ଡିସେମ୍ବର ୧୮ ତାରିଖରେ ବରଗଡ଼ରେ ଝାରସୁଗୁଡା ଜିଲ୍ଲାର ଡ୍ରାଇଭର ସଞ୍ଜୟ ରାୟଙ୍କ ରହସ୍ୟମୟ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୀଡିତ ପରିବାରକୁ ଧାରସୁଗୁଡା କିମ୍ବା ଝାରସୁଗୁଡା ପୋଲିସ ସାହାଯ୍ୟ କରୁନଥିବା ଅଭିଯୋଗ ହୋଇଛି। ତେଣୁ ନ୍ୟାୟ ପାଇଁ ମୃତ ଡ୍ରାଇଭରଙ୍କ ପରିବାର ଲୋକେ ଶନିବାର ଡିଆଇଜିଙ୍କୁ ଭେଟିଛନ୍ତି।

ଝାରସୁଗୁଡା ଜିଲ୍ଲାର ବେଳପାହାଡ଼, ଜମିଦାରିପଡାର ସଞ୍ଜୟ ରାୟ (୩୬) ପେଶାରେ ଜଣେ ଡ୍ରାଇଭର ଥିଲେ। ଗତ ଡିସେମ୍ବର ୧୬ ତାରିଖରେ ସେ ଶୁଭ୍ରାନ୍ତ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ କାରରେ ଶୁଭ୍ରାନ୍ତଙ୍କ ବାପା ମା’ଙ୍କୁ ନେଇ ରାୟପୁର ଯାଇଥିଲା। ରାୟପୁରରୁ ୧୮ ତାରିଖରେ ଫେରୁଥିଲେ ଏବଂ ସନ୍ଧ୍ୟାରେ ସେ ବରଗଡ଼ ପର୍ଯ୍ୟନ୍ତ ଫେରିଥିବା ନିଜ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ। ତେବେ ୧୮ ତାରିଖ ରାତ୍ରିରେ ତାଙ୍କର ମୃତଦେହକୁ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହର ପାଣିଛତ୍ର ବ୍ରିଜ ନିକଟରୁ ଉଦ୍ଧାର କରିଥିଲା। ସଞ୍ଜୟଙ୍କ ପରିବାର ଲୋକେ ୨୦ ତାରିଖରେ ଖବର ପାଇ ଟାଉନ ଥାନାରେ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। 

Also Read: ପ୍ରେସ ଛକ ହତ୍ୟାକାଣ୍ଡ: ଛୁରା ମାରିଥିବା ଅଭିଯୁକ୍ତ ମିଲୁ ଓ ସତ୍ଯ ଗିରଫ

ବରଗଡ଼ ଟାଉନ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୮ ତାରିଖରେ ସଞ୍ଜୟ ରାୟପୁର ଫେରୁଥିବା ବେଳେ ଗୋଟିଏ ଟ୍ରକ ସହିତ ତାଙ୍କ କାରର ଧକ୍କା ହୋଇଥିଲା। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା। ଏହାପରେ ସେ କାର ଛାଡି କୁଆଡେ ପଳାଇଥିଲେ। ଆଉ ପରବର୍ତ୍ତୀ ସମୟରେ ସଞ୍ଜୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରି ତଦନ୍ତ ଜାରି ରଖିଛି। ସେପଟେ ବର୍ତ୍ତମାନ ସୁଦ୍ଧା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ମୃତ ସଞ୍ଜୟଙ୍କ ପରିବାର ଲୋକେ କାର ମାଲିକଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି। କାର ମାଲିକ ଶୁଭ୍ରାନ୍ତ ଭୋଇ ସଞ୍ଜୟଙ୍କ ମୃତ୍ୟୁରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦାୟୀ ବୋଲି ଭାଇ ରାଜେଶ୍ଵର ରାୟ କହିଛନ୍ତି। ଏପରିକି ସଞ୍ଜୟଙ୍କ ମୃତଦେହ ପଡିଥିବା ସ୍ଥାନର ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚାଉଥିବା ପରିବାର ଲୋକେ କହିଛନ୍ତି। ଏନେଇ ଶନିବାର ମୃତକଙ୍କ ପରିବାର ଲୋକେ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ଦେଇ ଘଟଣାର ସତ୍ୟାସତ୍ୟ ବାହାର କରିବାକୁ ଦାବି କରିଛନ୍ତି।