ସୋନପୁରରେ ଭୁବନେଶ୍ୱର-ରାଇଘର ବସ ଦୁର୍ଘଟଣାଗ୍ରସ୍ତ, ୧୪ ଯାତ୍ରୀ ଆହତ
Advertisement

ସୋନପୁରରେ ଭୁବନେଶ୍ୱର-ରାଇଘର ବସ ଦୁର୍ଘଟଣାଗ୍ରସ୍ତ, ୧୪ ଯାତ୍ରୀ ଆହତ

 ସୋନପୁର ବ୍ଲକ ଛକ ଠାରେ ଏକ ଘରୋଇ ବସ ଓ ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଫଳରେ ବସରେ ଥିବା ପ୍ରାୟ ୧୪ ଜଣ ଯାତ୍ରୀ ଆହତ ହୋଇଥିଲେ।

ସୋନପୁରରେ ଭୁବନେଶ୍ୱର-ରାଇଘର ବସ ଦୁର୍ଘଟଣାଗ୍ରସ୍ତ, ୧୪ ଯାତ୍ରୀ ଆହତ

ସୋନପୁର: ସୋନପୁର ବ୍ଲକ ଛକ ନିକଟରେ ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ବସ ଓ ଟ୍ରକ୍ ମୁଁହା ମୁଁହି ଧକ୍କା ହୋଇଛି। ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ସୋନପୁର ବ୍ଲକ ଛକ ଠାରେ ଏକ ଘରୋଇ ବସ ଓ ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଫଳରେ ବସରେ ଥିବା ପ୍ରାୟ ୧୪ ଜଣ ଯାତ୍ରୀ ଆହତ ହୋଇଥିଲେ। ସାମାନ୍ୟ ଆହତ ଯାତ୍ରୀମାନଙ୍କୁ ସୋନପୁର ଚିକିତ୍ସାଳୟରେ ପ୍ରଥମିକ ଚିକିତ୍ସା ପରେ ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି। ଗୁରୁତରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Also Read: କ୍ରାଇମ୍ କ୍ୟାପିଟାଲ୍ ଭୁବନେଶ୍ୱର! ବିକାଶରେ ପଛଆଡୁ ୧୩, ଅପରାଧରେ ଉପରୁ ୭

ଦୁର୍ଘଟଣାଗ୍ରସ୍ତ ବସଟି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର (Bhubaneswar) ରୁ ରାଇଘର ଯାଉଥିଲା। ଯାତ୍ରୀଙ୍କ କହିବାଅନୁସାରେ ବିପରିତ ଦିଗରୁ ଦ୍ରୁତ ଆସୁଥିବା ଟ୍ରକଟି ନିୟନ୍ତ୍ରଣ ହରାଇ ବସକୁ ପିଟିଥିଲା। ଘଟଣା ସ୍ଥଳରେ ସୋନପୁର ପୋଲିସ (Sonepur Police) ପହଞ୍ଚି ତଦନ୍ତ ଚଳାଇଛି।