ଭିତରକନିକା ଜାତୀୟ ଉଦ୍ୟାନ ଏହାର ଜୈବବିବିଧତା ପାଇଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ବଉଳା କୁମ୍ଭୀରର ଅନ୍ତୁଡି ଶାଳ ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି ।
Trending Photos
)
ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନ ଏହାର ଜୈବବିବିଧତା ପାଇଁ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ବଉଳା କୁମ୍ଭୀରର ଅନ୍ତୁଡି ଶାଳ ଭାବେ ଏହାର ସ୍ୱତନ୍ତ୍ର ପରିଚୟ ରହିଛି । ବିଲୁପ୍ତ ପ୍ରାୟ ପ୍ରାଣ୍ରୀ ମଧ୍ୟରେ ଯାଉଥିବା ବଉଳା କୁମ୍ଭୀରର ବଂଶ ବୃଦ୍ଧି ପାଇଁ ୧୯୭୫ ମସିହାରେ ଭିତରକନିକା କୁ ଅଭୟାରଣ୍ୟ ଘୋଷଣା ହେବା ସହ କୁମ୍ଭୀର ପ୍ରଜନନ କେନ୍ଦ୍ର ଆରମ୍ଭ ହୁଏ । ୧୯୮୮ ମସିହାରେ ଏକାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳେ । ସବୁଠାରୁ ବଡକଥା ହେଉଛି । ଭିତରକନିକା କୁ ଦେଶର କୋଣ ଅନୁକୋଣ ରୁ ନିଜର ବଂଶ ବୃଦ୍ଧି ପାଇଁ ବର୍ଷା ଋତୁର ଆରମ୍ଭରେ ଦେଶୀୟ ପକ୍ଷୀ ମାନେ ଏଠାରେ ଭିଡ ଜମାଇଥାନ୍ତି ।
ବସା ବାନ୍ଧି ନିଜର ବଂଶ ବୃଦ୍ଧି କରିବା ପରେ ସିତ ଆରମ୍ଭରୁ ଫେରିଯାନ୍ତି । ଭିତରକନିକାର ବଗଗହଣ ପକ୍ଷୀ ମାନଙ୍କ ପାଇଁ ଅନନ୍ୟ ଆକର୍ଷଣ । ୧୦ ଏକର ପରିମିତ ଏହି ବଗ ଗହଣର ଗୁଆଁ , ବନୀ ପ୍ରଭୃତୁ ଗଛରେ ବଷା ବାନ୍ଧି ଥାନ୍ତି । ଖାଦ୍ୟ ଖାଦକର ଅପୃର୍ବ ମିଳନ ଏଠାରେି ଦେଖିବା ପାଇଁ ମିଳେ । ପକ୍ଷୀ ମାନେ ନିଜ ବଷାରୁ ତଳକୁ ଓହ୍ଲାଇ ଗଛ ମୂଳେ ମାଡିଥିବା ପାଣିରୁ ଛୋଟ ଛୋଟ ମାଛ ଖାଇବା ସହିତ ଛୁଆମାନଙ୍କ ପାଇଁ ନେଇଥାନ୍ତି । ସବୁଠାରୁ ବଡକଥା ହେଲା ବଗଗହଣରେ ପକ୍ଷୀ ମାନଙ୍କର ମଳ ଖାଇବା ପାଇଁ ପାଣିରେ ମାଛ ଆସିଥାନ୍ତି । ଯାହା ଅନ୍ୟତ୍ର ବିରଳ । ଏଠାରେ ପକ୍ଷୀ ମାନଙ୍କୁ ନିକଟରୁ ଦେଖିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ନିମନ୍ତେ ଓାଚ ଟାଓାର ନିର୍ମାଣ
କରାଯାଇଥିଲା । କେବଳ ସେତିକି ନୁହେଁ ଶିତ ଋତୁର ଆରମ୍ଭରେ ଅଧିକ ଶୀତ ଓ ଖାଦ୍ୟ ଅଭାବରୁ ନିଜକୁ ବଂଚାଇବା ପାଇଁ ବିଦେଶୀ ପକ୍ଷୀ ମାନେ ଭିତରକନିକା ରେ ଭିଡ ଜମାଇଥାନ୍ତି । ଏହି ପକ୍ଷୀ ସମୁହ ପାଇଁ ୨୦୦୨ ମସିହାରେ ଭିତରକନିକା ରାମସରସାଇଟିର ମାନ୍ୟତା ଲାଭ କରିଛି । କିନ୍ତୁ କିଛି ବର୍ଷ ହେଲା ବଗ ଗହଣରୁ ପକ୍ଷୀ ମାନେ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି । ବଗଗହଣ କୁ ଆଉ ପକ୍ଷୀ ମାନେ ଆସୁ ନାହାନ୍ତି । ଅପର ପକ୍ଷରେ ଭିତରକନିକାର ୧୫ ଏକର ବିଶିଷ୍ଟ ମଠ ଆଡିଆରେ ବଂଶ ବିସ୍ତାର ପାଇଁ ଦେଶୀୟ ପକ୍ଷୀ ମାନେ ବସା ବାନ୍ଧୁଥିବା ଦେଖିବା କୁ ମିଳିଛି । କେବଳ ସେତିକି ନୁହେଁ ୨ ବର୍ଷ ହେବ ଭିତରକନିକା ଜାତୀୟ ଉଦ୍ୟାନ ବାହାରେ ଲକ୍ଷ୍ମୀପ୍ରସାଦଡିଆ ଏବଂ ଦୃର୍ଗା ପ୍ରସାଦ ଡିଆରେ ବଷା ବାନ୍ଧି ଅଣ୍ଡା ଦେଉଥିବା ଦେଖିବାକୁ ମିଳିଛି ।
ପକ୍ଷୀ ମାନଙ୍କର ମୁଖ୍ୟ ଆକର୍ଷଣ ଥିବା ବଗଗହଣ କୁ ପକ୍ଷୀ ମାନେ କାହିଁକୀ ମୁହଁ ଫେରାଇଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ପରିବେଶବିତ୍ ଓ ପ୍ରକୃତି ପ୍ରେମୀ ଙ୍କୁ ଦୁଖ ଲାଗିବା ସହିତ ଏହାର ପ୍ରତିକାର କରିବା ପାଇଁ ବନବିଭାଗ ନିକଟରେ ଦାବି କରିଛନ୍ତି । ଦିର୍ଘ ବର୍ଷ ଧରି ପକ୍ଷୀ ମାନେ ବଗଗହଣରେ ବଷା ବାନ୍ଧିବା ଫଳରେ ଗଛ ଗୁଡିକ ପକ୍ଷୀ ମାନଙ୍କ ମଳରେ ଅତ୍ୟଧିକ ଅଙ୍ଗାରକାମ୍ଳ ଥିବାରୁ ଥୁଣଟା ହୋଇଯାଉଛି । ଏବଂ ପକ୍ଷୀ ମାନଙ୍କର ମଳ ବର୍ଷ ବର୍ଷ ଧରି ଗଛ ତଳେ ପଡିବା ଦ୍ୱାରା ତାହା କ୍ରମଶ ଉଚ୍ଚା ହୋଇ ଯାଉଛି ।
ଫଳରେ ଗଛ ମୂଳକୁ ପାଣି ମାଡୁ ନାହଁ । ପାଣି ନମାଡିବା ଫଳରେ ଏଠାକୁ ମାଛ ଆସୁ ନାହାନ୍ତି । ପକ୍ଷୀ ମାନେ ବଷା ବାନ୍ଧି ଅଣ୍ଡା ଦେଇଥିବା ଓ ବିଶେଷ କରି ଛୁଆ ଫୁଟିବା ପରେ ସେମାନେ ଖାଦ୍ୟ ସଂଗ୍ରହ ପାଇଁ ବାହାରକୁ ଯାଇ ନଥାନ୍ତି । ଗଛ ତଳକୁ ଓହ୍ଲାଇ ଖାଦ୍ୟ ଓ ପାଣି ସଂଘ୍ରହ କରି ନିଜେ ଖାଇଥାନ୍ତି ଓ ଛୁଆଙ୍କୁ ଦେଇଥାନ୍ତି । ଯାହା ବଗ ଗହଣରେ ଏବେ ଦେଖିବାକୁ ମିଳୁନାହିଁ । ତେଣୁ ସେଥିପାଇଁ ପକ୍ଷୀ ମାନେ ବଗଗହଣରୁ ମୁହଁ ଫେରାଉଥିବା ପରିବେଶବିତ୍ ମାନେ ଅଭିଯୋଗ କରିଛନ୍ତି । ଏବଂ ଭିତରକନିକା ନକିଟ ରେ ବ୍ୟାପକ ପରିମାଣରେ ବେଆଇନି ଚିଙ୍ଗୁଡି ଘେରି ଗଢିଉଠିଥିବା ବେଳେ ଘେରିରୁ ନିର୍ଗତ ରାସାୟନିକ ଔଷଧ ଓ ସାର ର ପାଶ୍ୱର୍ପ୍ରତିକ୍ରୟା ପାଇଁ ପକ୍ଷୀ ମାନଙ୍କ ଉପରେ ପ୍ରଭାବ ପଡିଛି । ଏନେଇ
ବନଭିଭାଗ ବଗଗହଣର ପୁନରୁଦ୍ଧାର ପାଇଁ ଯତ୍ନବାନ ହେବା ଆବଶ୍ୟକ । ବଗଗହଣ ମଧ୍ୟରେ ନାଳ ଖୋଳାଯାଇ ପାଣି ମାଡିବାର ବ୍ୟବସ୍ଥା କରାଯିବା ଦରକାର ବୋଲି ପରିବେଶବିତ୍ ମାନେ ଦାବୀ କରିଛନ୍ତି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଙ୍କୁ ପଚାରିବାରୁ ତୁରନ୍ତ ନାଳ ଗୁଡିକର ପୁନର ଉଦ୍ଧାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।