)
ସମ୍ବଲପୁର: ସମ୍ବଲପୁର ବୁର୍ଲା ମେଡିକାଲର ଡାକ୍ତରଙ୍କ ଅବହେଲା ଓ ଖାମ ଖିଆଲିପଣର ଏକ ନଗ୍ନ ନମୂନା ଏବେ ଦେଖିବାକୁ ମିଳିଛି। ଜଣେ ନବଜାତକକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମୃତ ନବଜାତକର ପରିବାର ସଦସ୍ୟଙ୍କ ଅଭିଯୋଗକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡାକ୍ତରଙ୍କ କାର୍ଯ୍ୟପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ମିଳିଥିବା ସୂଚନା ମୁତାବକ ସ୍ତ୍ରୀ ଓ ପ୍ରସ୍ରୁତି ବିଭାଗରେ ଉକ୍ତ ଗର୍ଭବତୀ ଜଣକ ଗତ ୧୪ ତାରିଖରେ ଭର୍ତ୍ତି ହୋଇଥିଲେ । ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ମହିଳାଙ୍କ ଗର୍ଭରେ ଥିବା ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ । ତେଵେ ଗର୍ଭବତୀ ମହିଳା ଜଣକ ନିଜ ଗର୍ଭରେ ଥିବା ନିଜ ଶିଶୁଟି ଜୀବିତ ଥିବା ଅନୁଭବ କରୁଥିବା ବୋଲି କହି ଡାକ୍ତରଙ୍କୁ ଚିକିତ୍ସା ପାଇଁ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ଡାକ୍ତର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନ ଥିଲେ । ପରେ ପରିବାର ଲୋକେ ବାଧ୍ୟ ହୋଇ ମହିଳା ଙ୍କୁ ସମ୍ଵଲପୁର ର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉକ୍ତ ନର୍ସିଂହୋମରେ ମହିଳା ଜଣକ ଆଜି ଏକ ସୁସ୍ଥ ଶିଶୁ ଜନ୍ମ ଦେଇଛନ୍ତି ।
ଏମିତି ଅଭିଯୋଗ ଆଣିଛନ୍ତି ଝାରସୁଗୁଡା ଜିଲ୍ଲା କିର୍ମିରା ଵ୍ଲକ ତେଲିଡିହି ଗ୍ରାମର ମହିଳାଙ୍କ ପରିବାର ଲୋକେ। ଗର୍ଭବତୀ ଜଣକଙ୍କ ନାଁ ହେଉଛି ଜୟନ୍ତୀ ନାୟକ। ସେ ପ୍ରଥମେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ଉପଯୁକ୍ତ ବ୍ୟବସ୍ଥା ନଥିବା କାରଣରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେଵେ ସରକାରୀ ହସ୍ପିଟାଲରେ କମ ଖର୍ଚ୍ଚ ହେବ ବୋଲି ଅସିଥିବା ଏହି ଗରିବ ପରିବାର ଗୋଟିଏ ବେସରକାରୀ ହସ୍ପିଟାଲରେ ଭତ୍ତି ହୋଇ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।
ତେଵେ ସବୁଠାରୁ ବଡ କଥା ହେଲା ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ଙ୍କ ନିର୍ଵାଚନ ମଣ୍ତଳିର ଅଧିନରେ ଥିବା କିର୍ମିରା ବ୍ଲକ ର ଏହି ଗରିବ ମହିଲାଙ୍କ ପରିବାର ଏବେ ନର୍ସି ହୋମ ରେ ମୋଟା ଅଙ୍କର ଖର୍ଚ କିପରି ବହନ କରିବେ ସେନେଇ ଚିନ୍ତାରେ ପଡିଛନ୍ତି । ଅନ୍ୟ ପଟେ ପ୍ରସୁତିର ସ୍ଵାମୀ ଗୁରୁତର ରୋଗରେ ପିଡିତ ଥିବା ବେଳେ ଏତେ ଟଙ୍କା କେଉଠୁ ଯୋଗାଡ କରିବେ ବୋଲି ଚିନ୍ତାରେ ପରିଵାର ଲୋକେ ।
ଏ ବାବଦରେ ଆମେ ଭୀମସାର ର ଅଧିକ୍ଷକ ଜୟଶ୍ରୀ ଦୋରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଲେ ଯେ ସେମିତି କିଛି ଅଭିଯୋଗ ଆମ ପାଖକୁ ଆସି ନାହିଁ।କିନ୍ତି ଯଦି ବି ଶିଶୁ ମୃତ ତା ହେଲେ ଡାକ୍ତର ଚାଲିଯିବା ପାଇଁ କେମିତି କହିଲେ ବୋଲି କହିଛନ୍ତି।ଯଦି ଏଭଳି କିଛି ଘଟଣା ଘଟିଥାଏ ତା ହେଲେ ଆମେ ଦେଖୁଚୁ ବୋଲି ସେ କହିଛନ୍ତି।