ଫେରିଲା କଣ୍ଟେନମେଣ୍ଟ ଓ ବଫର୍ ଜୋନ୍
Advertisement

ଫେରିଲା କଣ୍ଟେନମେଣ୍ଟ ଓ ବଫର୍ ଜୋନ୍

ସମ୍ବଲପୁର ବୁର୍ଲା ଭିସୁଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏପରିକି ଭିସୁଟର ପୁଲହ ହଷ୍ଟେଲକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି।

ଫାଇଲ ଫଟୋ

ଅଜୟ ନାଥ, ସମ୍ବଲପୁର: ପୁଣି ଫେରିଲା କଣ୍ଟେନମେଣ୍ଟ ଓ ବଫର ଜୋନ। ସମ୍ବଲପୁର ବୁର୍ଲା ଭିସୁଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏପରିକି ଭିସୁଟର ପୁଲହ ହଷ୍ଟେଲକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଗତକାଲି ଭିସୁଟର ୨୫ ଜଣ ଛାତ୍ର କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମ୍ପୂର୍ଣ୍ଣ ଅଞ୍ଚଳରେ କଟକଣା ଲାଗିଛି।

ଦେଶରେ କୋରୋନା ଟିକାକରଣ (Corona Vaccination) ଚାଲିଥିବା ବେଳେ ନିୟନ୍ତ୍ରାଣାଧିନ ମହାମାରୀ ପୁଣି ମୁଣ୍ଡ ଟେକିଛି। ଲଗାତାରେ ଦେଶ ଓ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ସରକାର ପୁନଃ ଲକଡାଉନ (lock down) କରିବାକୁ ଯୋଜନା କରୁଛନ୍ତି। ଏହାରି ମଧ୍ୟରେ ଗତକାଲି ବୁର୍ଲ୍ଲା ଭିସୁଟର (Burla VSSUT) ୨୫ ଜଣ ଛାତ୍ର କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। 

Also Read: ମାଟିରେ ମିଶିଲା ଢାବା, କାରଣ ଜାଣିଲେ ସମ୍ବଲପୁର ପୋଲିସକୁ କହିବେ ସାବାସ୍

ଏତେ ସଂଖ୍ୟକ ଛାତ୍ରଛାତ୍ରୀ କୋରୋନା ପଜିଟିଭ୍ (Covid 19) ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଭିସୁଟକୁ କଣ୍ଟେନମେଣ୍ଟ ଜୋନ (Containtment Zone) ଓ ପୁଲହ ହଷ୍ଟେଲକୁ ବଫର ଜୋନ (Buffer Zone) ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଜାରି କରାଯାଇଛି। 

ଭିସୁଟର ପୁଲତ୍ସ୍ୟ, ମରିଚି, ପୁଲହ, ବସିଷ୍ଟ , ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହୀନି ଓ ବିଶାଖା ହଷ୍ଟେଲ ଗୁଡିକୁ ମଧ୍ୟ କୋନେଣ୍ଟମେଣ୍ଟ ଜୋନ କରାଯାଇଛି। ଜିଲ୍ଲା ପ୍ରଶାସନ (Sambalpur Dist. Adiministaration) ତରଫରୁ ଗତକାଲିର ସ୍ଥିତିକୁ ଅନୁଧ୍ୟାନ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।