ଦିଲ୍ଲୀରେ ପ୍ରେମ, ଓଡ଼ିଶାରେ ହକ୍ ଦାବି...
Advertisement

ଦିଲ୍ଲୀରେ ପ୍ରେମ, ଓଡ଼ିଶାରେ ହକ୍ ଦାବି...

ଅଭିଯୁକ୍ତ ପ୍ରେମିକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଗଡ଼ପଦା ପଞ୍ଚାୟତ ଓଡ଼ିଆ ଶାସନ ଗାଁର ମନୋରଞ୍ଜନ ବିଶ୍ଵାଳଙ୍କ ପୁଅ ବିଶ୍ୱଜିତ ବିଶ୍ୱାଳ ଓରଫ ତପୁ । ନୋଏଡ଼ାର ଏକ କମ୍ପାନୀରେ ଚାକିରି କରନ୍ତି ତପୁ ।

ଫଟୋ ସୌଜନ୍ୟ: ଜୀ ମିଡିଆ

ଦିଲ୍ଲୀପ ଦାସ, ଜଳେଶ୍ୱର: ହିନ୍ଦୁ ପୁଅ, ମୁସଲମାନ ଝିଅ । ଉଭୟେ ଦିଲ୍ଲୀରେ ରହୁଥିଲା । ଉଭୟଙ୍କ ମଧ୍ୟରେ ସୃଷ୍ଟି ହୁଏ ପ୍ରେମ ସମ୍ପର୍କ । ଦୀର୍ଘ ୪ ବର୍ଷ ଧରି ଚାଲିଥିଲା ଏହି ପ୍ରେମ କାହାଣୀ । ବାହା ହେବାକୁ କଥା ଦେଇ ଦୈହିକ ସମ୍ପର୍କ ମଧ୍ୟ ରଖିଥିଲେ । ହେଲେ କ'ଣ ହେଲା କେଜାଣି, ପ୍ରେମିକ ନିଜ ଘରକୁ ଆସିଲେ । ଘର ଲୋକଙ୍କ ପସନ୍ଦର ଝିଅକୁ ବାହା ହେବାକୁ ହଁ ମାରିନେଲେ । ଭୁଲିଗଲେ ଦିଲ୍ଲୀରେ ତାଙ୍କର କେହି ପ୍ରେମିକା ଅଛି । ଏପଟେ ନିଜ ମନର ମଣିଷ ଯେ ଆଉ କାହାକୁ ବାହା ହେଉଛନ୍ତି, ଏକଥା କୁଆଡ଼ୁ ଜାଣିଗଲେ ପ୍ରେମିକା । ଦିଲ୍ଲୀରୁ ଓଡ଼ିଶା ଆସିଛନ୍ତି, ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି । ଏକା ଜିଦ୍, ମୁଁ ତୁମର । 

ଏବେ ପୁରା ଘଟଣାକୁ ଆସିବା । ଆମେ କହୁଥିବା ଅଭିଯୁକ୍ତ ପ୍ରେମିକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଗଡ଼ପଦା ପଞ୍ଚାୟତ ଓଡ଼ିଆ ଶାସନ ଗାଁର ମନୋରଞ୍ଜନ ବିଶ୍ଵାଳଙ୍କ ପୁଅ ବିଶ୍ୱଜିତ ବିଶ୍ୱାଳ ଓରଫ ତପୁ । ନୋଏଡ଼ାର ଏକ କମ୍ପାନୀରେ ଚାକିରି କରନ୍ତି ତପୁ । ତେବେ ଏହି ସମୟରେ କଲିକତାରୁ ଦିଲ୍ଲୀ ଆସି ସିଲେଇ କାମ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଭିଯୋଗକାରିଣୀ ପ୍ରେମିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠେ । ଦୀର୍ଘ ୪ ବର୍ଷରେ ପ୍ରେମ ସମ୍ପର୍କ । ଏହି ଭଲପାଇବା ଦୈହିକ ସମ୍ପର୍କର ମଧ୍ୟ ରୂପ ନିଏ । ଅଭିଯୋଗକାରିଣୀ କହିବା ଅନୁସାରେ, ତପୁ ତାଙ୍କୁ ବାହା ହେବାକୁ କଥା ବି ଦେଇଥିଲେ । 

fallback

ଏବେ ଟିକେ ଆଗକୁ ବଢ଼ିବା । କିଛି ଦିନ ପୂର୍ବରୁ ଘରକୁ(ଓଡ଼ିଶା) ଆସିଥିଲେ ତପୁ । ହେଲେ ଏହା ପରେ ପ୍ରେମିକାଙ୍କ ସହ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା । ଘର ଲୋକ ତପୁଙ୍କ ପାଇଁ ଝିଅ ଠିକ୍ କରିଥିଲେ । ତପୁ ମଧ୍ୟ ଘର ଲୋକଙ୍କ ପସନ୍ଦକୁ ହଁ କହିଥିଲେ । ହେଲେ ଏ ତମାମ କଥା କାହା ମାଧ୍ୟମରେ ଜାଣିଯାଇଥିଲେ ପ୍ରେମିକା । ଖୋଜି ଖୋଜି ଆସି ଏଠି ପହଞ୍ଚି ପଡ଼ିଛନ୍ତି । ଆଜି ତପୁଙ୍କ ଅନ୍ୟ ଝିଅ ସହ ବାହାଘର ହୋଇଥାନ୍ତା । ହେଲେ ଦିନକୁ ପୂର୍ବରୁ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ଅଭିଯୋଗକାରିଣୀ । ସହଦେବ ଖୁଣ୍ଟା ଥାନାରେ ମୌଖିକ ଅଭିଯୋଗ ମଧ୍ୟ କରିଛନ୍ତି । 

fallback

ବାହାଘରେ ପାଇଁ ଘରେ ପହଞ୍ଚିଥିଲେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟ । ଘର ବାହାରେ ପ୍ରେମିକାଙ୍କ ଧାରଣା । ଏନେଇ ଖବର ପାଇବା ପରେ ଗାଁ ମୁଖିଆ ମହମ୍ମଦ ଖାଁ ମଧ୍ୟ ହସ୍ତକ୍ଷେପ କରିଛନ୍ତି । ସେହିପରି ରୁପ୍ସା ଥାନା ଅଧିକାରୀ ମଧ୍ୟ ପହଞ୍ଚି ବାହାଘରକୁ ବନ୍ଦ କରି ସମାଧାନର ରାସ୍ତା ବାହାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏବେ ବି ନ୍ୟାୟ ଅପେକ୍ଷାରେ ଅଭିଯୋଗକାରିଣୀ ।