ଚେକ ଡ୍ୟାମ୍ ଗାର୍ଡ ୱାଲ କାମ ଚାଲିଥିବା ବେଳେ ଖସିଲା ମାଟି ଅତଡା; ୫ ଶ୍ରମିକ ଗୁରୁତର
Advertisement

ଚେକ ଡ୍ୟାମ୍ ଗାର୍ଡ ୱାଲ କାମ ଚାଲିଥିବା ବେଳେ ଖସିଲା ମାଟି ଅତଡା; ୫ ଶ୍ରମିକ ଗୁରୁତର

ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ତହସିଲଦାର ଏବଂ ଉପଜିଲ୍ଲାପାଳ।

ଚେକ ଡ୍ୟାମ୍ ଗାର୍ଡ ୱାଲ କାମ ଚାଲିଥିବା ବେଳେ ଖସିଲା ମାଟି ଅତଡା; ୫ ଶ୍ରମିକ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାସିଗୁଡା ଗ୍ରାମରେ ଚେକ ଡ୍ୟାମ୍ ଗାର୍ଡ ୱାଲ କାମ ଚାଲିଥିବା ବେଳେ ମାଟି ଅତଡା ଖସିବାରୁ ୫ ଶ୍ରମିକ ଗୁରୁତର ଆହତ ହେବା ସହ ୨ ଜଣଙ୍କ ମୃତ୍ୟୁ ହୋଇଛି। ଦିଗପହଣ୍ଡି ମେଡିକାଲ ଠାରେ ଦୁଇ ଜଣ ମହିଳା ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ବାକି ୩ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ମହିଳା ଶ୍ରମିକ ହେଉଛନ୍ତି ହେଉଛନ୍ତି ଯମୁନା ନାୟକ ଏବଂ ବର୍ଷା ନାୟକ। ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ତହସିଲଦାର ଏବଂ ଉପଜିଲ୍ଲାପାଳ।