କନ୍ୟାକୁ ୧୬, ବରକୁ ୨୮; ହାତଗଣ୍ଠି ପଡିବା ପୂର୍ବରୁ ହାଜର ପୋଲିସ
Advertisement

କନ୍ୟାକୁ ୧୬, ବରକୁ ୨୮; ହାତଗଣ୍ଠି ପଡିବା ପୂର୍ବରୁ ହାଜର ପୋଲିସ

ନାବାଳିକାଙ୍କୁ ୧୮ ବର୍ଷ ନହେବା ଯାଏଁ ବିବାହ ନକରିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ଗାନ୍ଧିଛକ ଫାଣ୍ଡିରେ ଏକ ଷ୍ଟେସନ ଡାଏରୀ କରାଯାଇ ନାବାଳିକାକୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଛି।

କନ୍ୟାକୁ ୧୬, ବରକୁ ୨୮; ହାତଗଣ୍ଠି ପାଡିବା ପୂର୍ବରୁ ହାଜର ପୋଲିସ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଜିଲ୍ଲାର ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ସୋମବାର ହେବାକୁ ଥିବା ଜଣେ ୧୬ ବର୍ଷିୟା ନାବାଳିକାଙ୍କ ବିବାହକୁ  ଝାରସୁଗୁଡା ଚାଇଲ୍ଡ ଲାଇନ ପକ୍ଷରୁ ରୋକାଯାଇଛି। ନାବାଳିକାଙ୍କ ଅନିଚ୍ଛା ସତ୍ୱେ ଏହି ବିବାହର ଆୟୋଜନ କରାଯାଇଥିବା ଚାଇଲ୍ଡ ଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ବାଲ୍ୟ ବିବାହ (child marriage) ବିଷୟରେ ରବିବାର ରାତିରେ ଝାରସୁଗୁଡା (Jharsuguda) ଚାଇଲ୍ଡ ଲାଇନକୁ ସୂଚନା ମିଳିଥିଲା। ଯାହାର ଆଧାରରେ ସୋମବାର ସକାଳୁ CDPO ପୂଣ୍ୟମାସି ସାହୁ, ଚାଇଲ୍ଡ ଲାଇନ (child line)  ସଦସ୍ୟ ରାଧେଶ୍ୟାମ ନାଏକ, ଜ୍ୟୋତ୍ସ୍ନା ପ୍ରଧାନ ଓ ଗାନ୍ଧିଛକ ଫାଣ୍ଡି ପୁଲିସକୁ ନେଇ କେନ୍ଦ୍ର ସଂଯୋଜକ ଆଶିଷ ପଣ୍ଡା ନାବାଳିକାର ଘରକୁ ପହଂଚିଥିଲେ। 

fallback

ନାବାଳିକାର ପରିବାର ବର୍ଗଙ୍କୁ ବାଲ୍ୟ ବିବାହ ଆଇନ ଓ ଏହାରକୁ ପରିଣାମ ବିଷୟରେ ଅବଗତ କରାଇ ବିବାହକୁ ରୋକାଯାଇଛି। ତେବେ ଚାଇଲ୍ଡ ଲାଇନ ନାବାଳିକା ଘରେ ପହଂଚିବା ପୂର୍ବରୁ ସେଠାକୁ ବରଯାତ୍ରୀ ମଧ୍ୟ ପଂହଚି ସାରିଥିଲେ। ଚାଇଲ୍ଡ ଲାଇନ ବର ପକ୍ଷକୁ ମଧ୍ୟ ବାଲ୍ୟ ବିବାହ ଆଇନ ବିଷୟରେ ସତର୍କ କରାଇଥିଲା। 

ବରଯାତ୍ରୀଟି ଲଖନପୁର ବ୍ଲକ ସାଗରପାଲି ଗ୍ରାମରୁ ଆସିଥିଲା। ବରକୁ ୨୬ ବର୍ଷ ବୟସ ହେଉଥିବା ଜଣାପଡିଛି। ତେବେ ନାବାଳିକାଙ୍କୁ ୧୮ ବର୍ଷ ନହେବା ଯାଏଁ ବିବାହ ନକରିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ଗାନ୍ଧିଛକ ଫାଣ୍ଡିରେ ଏକ ଷ୍ଟେସନ ଡାଏରୀ କରାଯାଇ ନାବାଳିକାକୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଛି।