କୋରୋନା ପଜିଟିଭ ଜଣାପଡ଼ିବା ପରେ ସଟଡାଉନ ହେଲା ଝାରସୁଗୁଡ଼ା
Trending Photos
)
ଝାରସୁଗୁଡ଼ା: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି କିର୍ମିରା ବ୍ଲକର ଚାରିଟି ପଞ୍ଚାୟତର ୧୨ଟି ଗାଁରେ ସଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ। ବାଗଡ଼ିହି ଅଞ୍ଚଳରେ ଜଣେ ଫାର୍ମାସିଷ୍ଟ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନେଇଥିଲେ ଜିଲ୍ଲାପାଳ ।
ଉକ୍ତ ଫାର୍ମାସିଷ୍ଟଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରିବା ଆରମ୍ଭ କରିଛି ପ୍ରଶାସନ । ସେପଟେ ଉକ୍ତ ଫାର୍ମାସିଷ୍ଟଙ୍କ ସହିତ ଅନେକ ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଚଳପ୍ରଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ୭୨ ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ଅଞ୍ଚଳକୁ ତତକ୍ଷଣାତ ସିଲ କରାଯାଇ ଏହି ଅଞ୍ଚଳର ସନ୍ଦେହ ବ୍ୟକ୍ତିଙ୍କର ଟେଷ୍ଟ କରାଯାଇ ବାଧ୍ୟତାମୂଳକ ହୋମ କ୍ୱାରେଣ୍ଟିନ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।
ସେପଟେ ଝାରମୁଣ୍ଡା ପଞ୍ଚାୟତର ୫ଟି ଗାଁ, ଭୀମଜୋର ପଞ୍ଚାୟତର ୩ଟି ଗାଁ, ଗ.ପାନପାଲିର ଦୁଇଟି ଗାଁ ଏବଂ ନକ୍ସାପାଲି ପଂଚାୟତ ର ଗୋଟିଏ ଗ୍ରାମଅଂଚଳକୁ ଶଟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ କିଛି ବନ୍ଦ ରହିବ ସୂଚନା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।