ବହଳ ହେଉଛି କୋରୋନା ସଙ୍କଟ
Advertisement

ବହଳ ହେଉଛି କୋରୋନା ସଙ୍କଟ

ବଡ ମୁଣ୍ଡ ନେଉଛି କୋରନା। ପୁର୍ବରୁ ଜଣେ ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀଙ୍କ ମୁଣ୍ଡ ନେଇଥିବା କୋରୋନା ଏବେ ରାଜ୍ୟର ପ୍ରଥମ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ମୁଣ୍ଡ ଗିଳିଛି କୋରୋନା। ଆଗଧାଡିର କୋରୋନା ଯୋଦ୍ଧା ପରିଗଣିତ କୋଭିଡ କେୟାର ସେଣ୍ଟରର ପରିଚାଳନା ଦାୟିତ୍ୱ ତୁଲାଉଥିବା ପ୍ରଶାସନିକ ଅଧିକାର

ବହଳ ହେଉଛି କୋରୋନା ସଙ୍କଟ

ଗଜପତି : ବଡ ମୁଣ୍ଡ ନେଉଛି କୋରନା। ପୁର୍ବରୁ ଜଣେ ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀଙ୍କ ମୁଣ୍ଡ ନେଇଥିବା କୋରୋନା ଏବେ ରାଜ୍ୟର ପ୍ରଥମ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ମୁଣ୍ଡ ଗିଳିଛି କୋରୋନା। ଆଗଧାଡିର କୋରୋନା ଯୋଦ୍ଧା ପରିଗଣିତ କୋଭିଡ କେୟାର ସେଣ୍ଟରର ପରିଚାଳନା ଦାୟିତ୍ୱ ତୁଲାଉଥିବା ପ୍ରଶାସନିକ ଅଧିକାରୀ କରୁଣାକର ରାଇକାଙ୍କ କୋରନା ଜନିତ ମୃତ୍ୟୁ ଘଟିଛି । 

ଏବେବି ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ କୋରୋନା ଦ୍ୱାରା ଆକ୍ରାନ୍ତ ହୋଇ ଜୀବନ ସହ ଲଢେଇ ଜାରି ରଖିଛନ୍ତି। କୋରୋନା ଯୋଦ୍ଧାଙ୍କ ମନୋବଳ ସଦୃଢ କରିବା ପାଇଁ ସରକାର ପ୍ରୋତ୍ସାହନ ଓ ସହାୟତା ରାଶି ଘୋଷଣା କରିଥିଲେ। କିନ୍ତୁ ଏବେ ଅଦୃଶ୍ୟ କୋରୋନାର କବଳରେ ଅଧିକାଂଶ ଆଗଧାଡ଼ିର କୋରୋନା ଯୋଦ୍ଧା । 

ଧୀରେଧୀରେ କାୟାବିସ୍ତାର କରି ଚାଲିଥିବା କୋରୋନା ଅଧିକରୁ ଅଧିକ ସଂଖ୍ୟକ କୋରୋନା ଯୋଦ୍ଧାଙ୍କୁ କବଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୦ କୋରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି, ଯାହା ସଭିଙ୍କୁ ଚକିତ କରୁଛି। ଅନ୍ୟ ପକ୍ଷରେ ଅଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି । ଯୋଦ୍ଧାଙ୍କ ମନବଳ ଭାଙ୍ଗିବା ପୁର୍ବରୁ ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି।