)
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ପରିସ୍ଥିତି ଏବେ ଅଣାୟତ ହେବାକୁ ବସିଲାଣି. ଜିଲ୍ଲାରୁ ଆଜି ପୁଣି ୨୮୩ଜଣ କୋରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ହୋସ ଉଡିଯାଇଛି. ଗୋଟିଏ ପଟେ ପ୍ରଶାସନ ଓ ପୋଲିସର କୋହଳ ମନୋଭାବର ଫାଇଦା ସାଧାରଣ ଲୋକ ଉଠାଉଥିବା ବେଳେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି. ଏଭଳି ଜଟିଳ ପରିସ୍ଥିତିରେ କେଉଁ ଅଞ୍ଚଳର କେତେ ରୋଗୀ ଚିହ୍ନଟ ହେଉଛନ୍ତି ସେନେଇ ପ୍ରଶାସନ ତଥ୍ୟ ଲୁଚାଉଥିବା ବେଳେ ଲୋକେ କୋରୋନାର ମାୟାଜାଲରେ ଧୀରେଧୀରେ ଛନ୍ଦି ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି.
ଜିଲ୍ଲାରେ ଆଜି ଗୋଟିଏ ଦିନରେ ଦୁଇ ଶହରୁ ଊର୍ଦ୍ଧ୍ୱ ଜଣ ରୋଗୀ ଚିହ୍ନଟ ହେବା ପରେ ସବୁଠି ଦେଖିବାକୁ ମିଳିଛି କୋକୁଆ ଭୟ. ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରୁ ୬ଶହରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୦ ଛୁଇଁଲାଣି. ସେପଟେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ରେକର୍ଡ ମଧ୍ୟ ଭାଙ୍ଗିଲାଣି ଜିଲ୍ଲା. ଜିଲ୍ଲାରେ ୧୭ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ ଦର୍ଶାଯାଇଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ଭିନ୍ନ ରହିଛି. ପ୍ରତିଦିନ ସଂକ୍ରମିତଙ୍କ ବିବରଣୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଜନୀନ କରାଯାଉନଥିବାରୁ ଜିଲ୍ଲାବାସୀଙ୍କୁ ସଠିକ ସୂଚନା ମିଳିପାରୁନାହିଁ. ଅନ୍ଧାର ଘେରରେ ଥିବା ଜିଲ୍ଲାବାସୀ ଧୀରେଧୀରେ କୋରୋନା ଜାଲରେ ଛନ୍ଦି ହେଉଥିବା ଅଭିଯୋଗ ହୋଇଛି.
ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ, ୧୭ ଏନଏସି ସହିତ ୫୦୩ ପଞ୍ଚାୟତରେ ଏବେ ମାୟାଜାଲ ବିଛାଇ ରଖିଛି ଅଦୃଶ୍ୟ ଭାଇରସ. କବିସୂର୍ଯ଼୍ୟନଗର,ସାନଖେମୁଣ୍ଡି. ଦିଗପହଣ୍ଡି,ପୋଲସରା ଭଳି ବ୍ଲକ ଗୁଡିକରେ ପରିସ୍ଥିତି ବେସ ସଂଙ୍ଗିନ ରହିଛି. ଏହା ବ୍ୟତୀତ ଅନେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି. ସାମାଜିକ ଦୁରତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ. ଲୋକେ କିନ୍ତୁ କଟକଣାକୁ ନ ମାନିବା ଯ଼ୋଗୁ ପରିସ୍ଥିତି ବିଗିଡି ବାକୁ ବସିଥିବା ବେଳେ ଏବେ ଜିରୋ ଟଲରେଟ ପନ୍ଥା ଆପଣେଇବା ଲାଗି ମନସ୍ଥ କରିଛି ଜିଲ୍ଲା ପ୍ରଶାସନ. ଅମାନିଆଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବା ସହ ବ୍ୟବସାୟିକ ଅନୁଷ୍ଠାନକୁ ଅନିଦ୍ଧିଷ୍ଟ କାଳ ପର୍ଯ଼୍ୟନ୍ତ ବନ୍ଦ କରିବା ଲାଗି ଚେତାବନି ଦେଇଛନ୍ତି ଜିଲ୍ଲାପାଳ.