• କାଲିଠୁ ଦିଲ୍ଲୀରେ ଖୋଲିବ ପାର୍କ ଓ ବାର
  • ରଥଯାତ୍ରା ନେଇ ଚୂଡାନ୍ତ ହୋଲା ନୀତି ନିର୍ଘଣ୍ଟ
  • ଜୁଲାଇ ୧୨ରେ ବିନା ଭକ୍ତରେ ହେବ ରଥଯାତ୍ରା
  • ସକାଳ ୮ଟା- ରଥ ପ୍ରତିଷ୍ଠା ସକାଳ ୮.୩୦- ପହଣ୍ଡି, ଅପରାହ୍‌ଣ ୨ଟା- ଛେରାପହଁରା ଓ ଅପରାହ୍‌ଣ ୩ଟା-ରଥଟଣା
  • ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା ନୀତି
  • ରାତି ୧ଟା- ପହଣ୍ତି, ସକାଳ ୯- ଜଳଲାଗି ଦିନ ୧୧ଟା- ଗଜାନନ ବେଶ ଓ ସନ୍ଧ୍ୟା ୫ଟା- ବାହୁଡା ପହଣ୍ତି
  • ଯାଜପୁର: ବ୍ରାହ୍ମଣୀ ନଦୀର ଶଙ୍କରାକୂଳ ଘାଟରେ ବୁଡି ଦୁଇ ଯୁବକ ମୃତ
  • ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣ
  • ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ
  • ଅସହାୟ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୦୦,୪୯୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । 

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ସାରା ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ସାମ୍ନାକୁ ଆସୁଛି । ଏହାସହ ୩ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ସେହିପରି ଓଡ଼ିଶାର ସ୍ଥିତି ମଧ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହା ମଧ୍ୟରେ ଏକ ଭଲ ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଶନିବାର ରାଜ୍ୟରେ ପୁଣି ୧୦,୭୮୧ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି ।  ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୫,୦୨,୪୫୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ଅଧିକ ପଢ଼ନ୍ତୁ:-କୋରୋନାରେ ମମତା ବାନାର୍ଜୀଙ୍କ ସାନ ଭାଇଙ୍କ ନିଧନ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬,୦୦,୪୯୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୨୨୯୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୪,୯୧,୬୭୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧,୦୬,୪୭୧ ସକ୍ରିୟ ସଂକ୍ରମିତ ମାମଲା ରହିଛି ।