ଭୁବନେଶ୍ୱର: CoronaVirus in Odisha: ବିଶ୍ୱରେ ଅଧିକାଂଶ ଦେଶରେ କୋରୋନା ମାମଲାରେ ଲଗାତର ବୃଦ୍ଧି ଘଟିବାରେ ଲାଗିଛି । ଯାହା ଫଳରେ ସାରା ଦୁନିଆରେ ସଙ୍କଟ ଜାରି ରହିଛି । ଅନ୍ୟପକ୍ଷେ ଓଡ଼ିଶାରେ ଲଗାତର କୋରୋନା ମାମଲାରେ ହ୍ରାସ ଘଟୁଛି । ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ମଙ୍ଗଳବାର ରାଜ୍ୟରେ ପୁଣି ୧୪୪୮ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୯୧,୧୩୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।
ଅଧିକ ପଢ଼ନ୍ତୁ:-ଲଦାଖ ପରେ ଅରୁଣାଚଳରେ ଚୀନର ନୂଆ ଚାଲ୍, ଭାରତର ବଢ଼ିବ ଟେନସନ
Another 1448 Covid patients have recovered and are being discharged on 10.11.2020
161 from Khordha
107 from Cuttack
99 from Bargarh
98 from Sundargarh
72 from Kalahandi
70 from Jagatsinghpur
68 from Nuapada
66 from Keonjhar
66 from Mayurbhanj
58 from Baleswar
57 from Puri— H & FW Dept Odisha (@HFWOdisha) November 10, 2020
6 from Gajapati
5 from Deogarh
34 from State PoolThe total recovered cases of Odisha now stand at 291137
— H & FW Dept Odisha (@HFWOdisha) November 10, 2020
ଅଧିକ ପଢ଼ନ୍ତୁ:-ସାବଧାନ! SBI ୪୨ କୋଟି ଗ୍ରାହକଙ୍କୁ କଲା ଆଲର୍ଟ, ଭୁଲରେ ବି କରନ୍ତୁ ନାହିଁ ଏହି କାମ
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩,୦୩,୭୮୦ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୪୫୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୮୯,୬୮୯ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୨,୫୮୪ ସକ୍ରିୟ ସଂକ୍ରମିତ ମାମଲା ରହିଛି ।