• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ମନ କୀ ବାତ୍
  • ଆମର ସଂସ୍କୃତି ହଜାରେ ବର୍ଷର ପୁରୁଣା: ପ୍ରଧାନମନ୍ତ୍ରୀ
  • ମାଘ ମାସରେ ନଦୀରେ ସ୍ନାନ କଲେ ପୁଣ୍ୟ ମିଳିଥାଏ
  • ନଦୀ ସହ ଆମର ପରମ୍ପରା ଜଡ଼ିତ ରହିଛି: ପ୍ରଧାନମନ୍ତ୍ରୀ
  • ମାଘ ମାସ ପୁଣ୍ୟର ମାସ ହୋଇଥାଏ: ପ୍ରଧାନମନ୍ତ୍ରୀ
  • ଜଳ ଆମର ଜୀବନ, ଆସ୍ଥା ଓ ବିକାଶର ମାଧ୍ୟମ
  • ଗ୍ରୀଷ୍ମ ଋତୁ ଆସୁଛି, ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା
  • ଜଳର ସଂରକ୍ଷଣ ପାଇଁ ଆମକୁ ପ୍ରୟାସ କରିବାକୁ ହେବ
  • ଏଥର ହରିଦ୍ୱାରରେ କୁମ୍ଭମେଳା ହେବାକୁ ଯାଉଛି
  • ଗାଁର ନଦୀ, ନାଳ ଓ ପୋଖରୀକୁ ସଫା ରଖନ୍ତୁ: ପ୍ରଧାନମନ୍ତ୍ରୀ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨୧୨୮ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୭୬,୦୯୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୯୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨୧୨୮ କୋରୋନା ସଂକ୍ରମିତ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ସାରା ରାଜ୍ୟରେ କୋରୋନା ମାମଲା କମିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତି ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ପୁଣି ୨୧୨୮ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୫୭,୦୪୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଆମେରିକା ଛାଡିବା କଥା କାହିଁକି କହୁଛନ୍ତି ଟ୍ରମ୍ପ?

ଅଧିକ ପଢ଼ନ୍ତୁ:-ଦିଦିଙ୍କ ରାସ୍ତାରେ ଉଦ୍ଧବ ! ଯାଞ୍ଚ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୭୬,୦୯୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୯୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୫୪,୯୧୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୯,୯୩୨ ସକ୍ରିୟ ସଂକ୍ରମିତ ମାମଲା ରହିଛି ।