Advertisement
Article Detail0/zeeodisha/odisha768688
Zee OdishaOdisha Stateଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୨୬୧୦ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୨୬୧୦ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୬୮,୩୬୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୩୫ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ଓଡ଼ିଶାରେ ଦିନକୁ ଦିନ କୋରୋନା ସଂକ୍ରମିତ ମାମଲା କମିବାରେ ଲାଗିଛି । ଏହାସହ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଆଶ୍ୱସ୍ତି ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ରବିବାର ରାଜ୍ୟରେ ଆଉ ୨୬୧୦ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୪୬,୮୩୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାକୁ ନେଇ ଆସିଲା ଗୁଡ଼ ନ୍ୟୁଜ

ଅଧିକ ପଢ଼ନ୍ତୁ:-ଗେରୁଆ ରଙ୍ଗରେ ରଙ୍ଗେଇ ହୋଇପାରୁ ନାହାଁନ୍ତି ଜ୍ୟୋତିରାଦିତ୍ୟ, ରଣନୀତି ଅନୁସାରେ ଦୂରତା ରକ୍ଷା କଲା ବିଜେପି!

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୬୮,୩୬୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୩୫ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୪୪,୨୨୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୨,୯୪୯ ସକ୍ରିୟ ସଂକ୍ରମିତ ମାମଲା ରହିଛି ।

About the Author