Advertisement
Article Detail0/zeeodisha/odisha766630
Zee OdishaOdisha Stateଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨,୭୭୨ କୋରୋନା ସଂକ୍ରମିତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨,୭୭୨ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୬୨,୦୧୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦୮୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ସାରା ଦେଶ ସମେତ ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତି ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ପୁଣି ୨,୭୭୨ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୩୮,୫୩୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-'କିଛି ବି ହେଇଯାଉ, ଏଥର ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଦେବି ନାହିଁ'

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୭ ଜଣ, କଟକରୁ ୨୦୨ ଜଣ, ପୁରୀରୁ ୧୮୫ ଜଣ, ଅନୁଗୋଳରୁ ୧୮୨ ଜଣ, କେନ୍ଦ୍ରାପଡ଼ାରୁ ୧୫୦ ଜଣ, ନୂଆପଡ଼ାରୁ ୧୪୨ ଜଣ, ସୁନ୍ଦରଗଡ଼ରୁ ୧୦୬ ଜଣ, ବାଲେଶ୍ୱରରୁ ୯୪ ଜଣ, ଯାଜପୁରରୁ ୯୧ ଜଣ, କଳାହାଣ୍ଡିରୁ ୭୮ ଜଣ, ବଲାଙ୍ଗୀରରୁ ୭୪ ଜଣ, ବରଗଡ଼ରୁ ୭୩ ଜଣ, କେନ୍ଦୁଝରରୁ ୭୨ ଜଣ, ସମ୍ୱଲପୁରରୁ ୭୨ ଜଣ, ମୟୂରଭଞ୍ଜରୁ ୬୮ ଜଣ, ମାଲକାନଗିରିରୁ ୬୭ ଜଣ, ଜଗତସିଂହପୁରରୁ ୬୫ ଜଣ, ନବରଙ୍ଗପୁରରୁ ୬୨ ଜଣ, ସୁବର୍ଣ୍ଣପୁରରୁ ୫୯ ଜଣ, ଝାରସୁଗୁଡାରୁ ୫୬ ଜଣ, ନୟାଗଡ଼ରୁ ୫୫ ଜଣ, ରାୟଗଡ଼ାରୁ ୫୪ ଜଣ, କୋରାପୁଟରୁ ୫୧ ଜଣ, କନ୍ଧମାଳରୁ ୪୩ ଜଣ, ଭଦ୍ରକରୁ ୩୩ ଜଣ, ଗଞ୍ଜାମରୁ ୩୧ ଜଣ, ଢେଙ୍କାନାଳରୁ ୨୭ ଜଣ, ବୌଦ୍ଧରୁ ୨୧ ଜଣ, ଦେଓଗଡ଼ରୁ ଏବଂ ଷ୍ଟେଟ୍ ପୁଲରୁ ୮୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।  

Add Zee News as a Preferred Source

ଅଧିକ ପଢ଼ନ୍ତୁ:-ସାକାର ହେବ ଶସ୍ତା ଘରର ସ୍ୱପ୍ନ ! ରାଜ୍ୟମାନଙ୍କୁ ଏହି ପରାମର୍ଶ ଦେଲେ ମୋଦି ସରକାର

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୬୨,୦୧୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦୮୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୩୫,୭୬୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୫,୧୦୬ ସକ୍ରିୟ ସଂକ୍ରମିତ ମାମଲା ରହିଛି ।

About the Author