ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨,୮୫୦ କୋରୋନା ଆକ୍ରାନ୍ତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨,୮୫୦ କୋରୋନା ଆକ୍ରାନ୍ତ

CoronaVirus in Odisha: ସମଗ୍ର ବିଶ୍ୱରେ କୋରୋନାର ତାଣ୍ଡବ ଜାରି ରହିଛି । ଏହି ସମୟରେ ଓଡ଼ିଶାରେ ଦିନକୁ ଦିନ କୋରୋନା ସଂକ୍ରମିତ ମାମଲା କମିବାରେ ଲାଗିଛି । ଅନ୍ୟପକ୍ଷେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଆଶ୍ୱସ୍ତି ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୨,୮୫୦ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: CoronaVirus in Odisha: ସମଗ୍ର ବିଶ୍ୱରେ କୋରୋନାର ତାଣ୍ଡବ ଜାରି ରହିଛି । ଏହି ସମୟରେ ଓଡ଼ିଶାରେ ଦିନକୁ ଦିନ କୋରୋନା ସଂକ୍ରମିତ ମାମଲା କମିବାରେ ଲାଗିଛି । ଅନ୍ୟପକ୍ଷେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଆଶ୍ୱସ୍ତି ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ରବାର ରାଜ୍ୟରେ ଆଉ ୨,୮୫୦ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୪୧,୩୮୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ସାମ୍ୱାଦିକ ରବିଶ କୁମାରଙ୍କ ଭାଇ

ଅଧିକ ପଢ଼ନ୍ତୁ:-ଖୁସି ଖବର: ଦୁନିଆକୁ ମିଳିଲା ଆଉ ଏକ କୋରୋନା ଭ୍ୟାକ୍ସିନ !

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୬୪,୧୪୯ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୦୪ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୩୮,୫୩୫ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୪,୪୫୭ ସକ୍ରିୟ ସଂକ୍ରମିତ ମାମଲା ରହିଛି ।