Advertisement
Article Detail0/zeeodisha/odisha763904
Zee OdishaOdisha Stateଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩,୩୪୨ କୋରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩,୩୪୨ କୋରୋନା ଆକ୍ରାନ୍ତ

CoronaVirus in Odisha: ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୫୨,୨୩୯ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ସାରା ଦେଶ ସମେତ ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ଏହି ସମୟରେ ଦିନକୁ ଦିନ କୋରୋନା ସଂକ୍ରମିତ ମାମଲା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ରବିବାର ରାଜ୍ୟରେ ଆଉ ୩,୩୪୨ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୨୭,୬୧୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ବିଜେପି-କଂଗ୍ରେସର ନିଦ ହଜାଇଲା ଏହି ଦଳ !

ଅଧିକ ପଢ଼ନ୍ତୁ:-ବିହାର ନିର୍ବାଚନରେ ​​ବିଜେପିଠୁ 'ପ୍ରତିଶୋଧ' ନେବେ ଉଦ୍ଧବ-ପାୱାର ?

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୫୨,୨୩୯ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦୨୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୨୪,୨୭୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୬,୮୯୧ ସକ୍ରିୟ ସଂକ୍ରମିତ ମାମଲା ରହିଛି ।

About the Author