ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୭୦୪ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୭୦୪ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୮୪,୧୨୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୧୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: Coronavirus in Odisha: ସାରା ଦେଶ ସମେତ ଓଡ଼ିଶାରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ସୋମବାର ରାଜ୍ୟରେ ପୁଣି ୩,୭୦୪ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୪୯,୩୭୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଚୀନ୍ ବିରୋଧରେ ପ୍ରସ୍ତୁତ ଭାରତର 'ବ୍ରହ୍ମାସ୍ତ୍ର', ଚାହିଁଲେ ବି ଶତ୍ରୁ କରିପାରିବ ନାହିଁ ଆକ୍ରମଣ

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୯୬ ଜଣ, କଟକରୁ ୩୨୦ ଜଣ, ପୁରୀରୁ ୨୫୬ ଜଣ, ଝାରସୁଗୁଡାରୁ ୧୫୧ ଜଣ, କେନ୍ଦ୍ରାପଡାରୁ ୧୪୭ ଜଣ, ବଲାଙ୍ଗୀରରୁ ୧୩୬ ଜଣ, ସୁନ୍ଦରଗଡ଼ରୁ ୧୩୬ ଜଣ, ବରଗଡ଼ରୁ ୧୩୨ ଜଣ, ମୟୂରଭଞ୍ଜରୁ ୧୨୦ ଜଣ, ନବରଙ୍ଗପୁରରୁ ୧୨୦ ଜଣ, ଯାଜପୁରରୁ ୧୧୩ ଜଣ, ସମ୍ୱଲପୁରରୁ ୧୧୧ ଜଣ, କୋରାପୁଟରୁ ୯୯ ଜଣ, ରାୟଗଡ଼ାରୁ ୯୮ ଜଣ, ଜଗତସିଂହପୁରରୁ ୯୦ ଜଣ, କନ୍ଧମାଳରୁ ୮୫ ଜଣ, ଭଦ୍ରକରୁ ୭୬ ଜଣ, ବାଲେଶ୍ୱରରୁ ୭୩ ଜଣ, କେନ୍ଦୁଝରରୁ ୭୨ ଜଣ, ସୁବର୍ଣ୍ଣପୁରରୁ ୬୫ ଜଣ, ଗଞ୍ଜାମରୁ ୫୫ ଜଣ, ବୌଦ୍ଧରୁ ୫୧ ଜଣ, ଢେଙ୍କାନାଳରୁ ୩୯ ଜଣ, ନୟାଗଡାରୁ ୩୬ ଜଣ, କଳାହାଣ୍ଡିରୁ ୩୪ ଜଣ, ମାଲକାନଗିରିରୁ ୨୭ ଜଣ, ଦେଓଗଡ଼ରୁ ୨୩ ଜଣ, ଅନୁଗୋଳରୁ ୨୨ ଜଣ, ଗଜପତିରୁ ୨୨ ଜଣ, ନୂଆପଡ଼ାରୁ ୧୧ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୮୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !

 

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୮୪,୧୨୨ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୧୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୪୫,୬୭୫ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୭,୬୮୪ ସକ୍ରିୟ ସଂକ୍ରମିତ ମାମଲା ରହିଛି ।