ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୭୭୯ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୭୭୯ କୋରୋନା ସଂକ୍ରମିତ

CoronaVirus in Odisha: ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୯୬,୮୮୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୫୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ପୁଣି ୩,୭୭୯ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୬୧, ୦୪୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଯଦି ମୁଁ ନିର୍ବାଚନରେ ​​ହାରି ଯାଏ, ତଥାପି ସହଜରେ ଛାଡ଼ିବିନି ଶାସନ ଗାଦି: ଡୋନାଲ୍ଡ ଟ୍ରମ୍ପ

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୫୦ ଜଣ, କଟକରୁ ୪୨୭ ଜଣ, ପୁରୀରୁ ୧୫୮ ଜଣ, ବାଲେଶ୍ୱରରୁ ୧୫୫ ଜଣ, ବରଗଡ଼ରୁ ୧୫୨ ଜଣ, ଝାରସୁଗୁଡାରୁ ୧୫୨ ଜଣ,  କନ୍ଧମାଳରୁ ୧୩୫ ଜଣ, ମୟୂରଭଞ୍ଜରୁ ୧୩୫ ଜଣ, ସମ୍ୱଲପୁରରୁ ୧୨୭ ଜଣ, ରାୟଗଡ଼ାରୁ ୧୧୮ ଜଣ, ଯାଜପୁରରୁ ୧୧୩ ଜଣ, ଜଗତସିଂହପୁରରୁ ୧୦୫ ଜଣ, ଗଞ୍ଜାମରୁ ୯୯ ଜଣ, ବଲାଙ୍ଗୀରରୁ ୯୮ ଜଣ, ଭଦ୍ରକରୁ ୯୨ ଜଣ, ନବରଙ୍ଗପୁରରୁ ୮୧ ଜଣ, ନୂଆପଡ଼ାରୁ ୭୭ ଜଣ, କେନ୍ଦୁଝରରୁ ୭୬ ଜଣ, ଢେଙ୍କାନାଳରୁ ୭୪ ଜଣ, କେନ୍ଦ୍ରାପଡାରୁ ୬୯ ଜଣ, କୋରାପୁଟରୁ ୬୯ ଜଣ, କଳାହାଣ୍ଡିରୁ ୬୫ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ, ଗଜପତିରୁ ୫୮ ଜଣ, ନୟାଗଡ଼ାରୁ ୪୭ ଜଣ, ମାଲକାନଗିରିରୁ ୪୬ ଜଣ, ବୌଦ୍ଧରୁ ୪୪ ଜଣ, ଅନୁଗୋଳରୁ ୩୯ ଜଣ, ଦେଓଗଡ଼ରୁ ୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୮୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-କୋରୋନା ଟୀକାକୁ ନେଇ ଏ କ'ଣ କହିଗଲେ WHO ମୁଖ୍ୟ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧,୯୬,୮୮୮ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୭୫୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୫୭,୨୬୫ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୮,୮୧୮ ସକ୍ରିୟ ସଂକ୍ରମିତ ମାମଲା ରହିଛି ।