Advertisement
Article Detail0/zeeodisha/odisha763411
Zee OdishaOdisha Stateଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୮୮୫ କୋରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୮୮୫ କୋରୋନା ଆକ୍ରାନ୍ତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୪୯,୬୯୩ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦୦୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩,୮୮୫ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ ପ୍ରତିଦିନ କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପକ୍ଷେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଶନିବାର ରାଜ୍ୟରେ ଆଉ ୩,୮୮୫ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୨,୨୪,୨୭୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଶୀତରେ ୪ ଗୁଣ ଅଧିକ ଶକ୍ତିଶାଳୀ ହେବ କୋରୋନା ଭୂତାଣୁ, କୋଭିଡ ବିଶେଷଜ୍ଞ ପ୍ୟାନେଲର ଚେତାବନୀ

ଅଧିକ ପଢ଼ନ୍ତୁ:-ବିହାର ନିର୍ବାଚନରେ ​​ବିଜେପିଠୁ 'ପ୍ରତିଶୋଧ' ନେବେ ଉଦ୍ଧବ-ପାୱାର ?

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୪୯,୬୯୩ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୧୦୦୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୨,୨୦,୩୮୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୮,୨୪୬ ସକ୍ରିୟ ସଂକ୍ରମିତ ମାମଲା ରହିଛି ।

About the Author