ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩,୮୯୬ କୋରୋନା ଆକ୍ରାନ୍ତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୩,୮୯୬ କୋରୋନା ଆକ୍ରାନ୍ତ

CoronaVirus in Odisha: ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୧୫,୬୭୬ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୮୨୮ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ ଦିନକୁ ଦିନ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ମଙ୍ଗଳବାର ରାଜ୍ୟରେ ପୁଣି ୩,୮୯୬ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୮୧,୪୮୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୫୭ ଜଣ, କଟକରୁ ୪୪୨ ଜଣ, ବାଲେଶ୍ୱରରୁ ୨୨୬ ଜଣ, ଅନୁଗୋଳରୁ ୨୧୭ ଜଣ, ପୁରୀରୁ ୧୮୨ ଜଣ, ଜଗତସିଂହପୁରରୁ ୧୭୧ ଜଣ, ମୟୂରଭଞ୍ଜରୁ ୧୬୨ ଜଣ, ଯାଜପୁରରୁ ୧୫୩ ଜଣ, ଝାରସୁଗୁଡାରୁ ୧୫୧ ଜଣ, କୋରାପୁଟରୁ ୧୨୬ ଜଣ, ସୁନ୍ଦରଗଡ଼ରୁ ୧୧୯ ଜଣ, ନୟାଗଡ଼ରୁ ୧୧୫ ଜଣ, କେନ୍ଦ୍ରାପଡ଼ାରୁ ୧୧୨ ଜଣ, ସମ୍ୱଲପୁରରୁ ୧୧୦ ଜଣ, କଳାହାଣ୍ଡିରୁ ୧୦୪ ଜଣ, ବରଗଡ଼ରୁ ୯୭ ଜଣ, ନବରଙ୍ଗପୁରରୁ ୭୬ ଜଣ, ଭଦ୍ରକରୁ ୭୪ ଜଣ, ମାଲକାନଗିରିରୁ ୭୨ ଜଣ, ସୁବର୍ଣ୍ଣପୁରରୁ ୭୦ ଜଣ, ବଲାଙ୍ଗୀରରୁ ୬୮ ଜଣ, କେନ୍ଦୁଝରରୁ ୫୫ ଜଣ, ନୂଆପଡ଼ାରୁ ୪୯ ଜଣ, ଢେଙ୍କାନାଳରୁ ୪୫ ଜଣ, ଗଞ୍ଜାମରୁ ୪୦ ଜଣ, କନ୍ଧମାଳରୁ ୪୦ ଜଣ, ରାୟଗଡ଼ାରୁ ୨୫ ଜଣ, ବୌଦ୍ଧରୁ ୨୦ ଜଣ, ଗଜପତିରୁ ୧୫ ଜଣ, ଦେଓଗଡ଼ରୁ ୧୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୯୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ମଙ୍ଗଳ ଗ୍ରହରେ ମିଳିଲା ପାଣି, ମାଟି ତଳେ ପୋତି ରହିଛି ୩ଟି ହ୍ରଦ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୧୫,୬୭୬ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୮୨୮ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୭୭,୫୮୫ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ  ୩୭,୨୧୦ ସକ୍ରିୟ ସଂକ୍ରମିତ ମାମଲା ରହିଛି ।