ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୪,୩୮୦ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୪,୩୮୦ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୨୨,୭୩୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୮୫୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ରାଜ୍ୟରେ କୋରୋନା (Coronavirus) ସ୍ଥିତି ବିଗିଡ଼ିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହଜାର ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ଗୁରୁବାର ରାଜ୍ୟରେ ପୁଣି ୪,୩୮୦ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୧,୯୦,୦୮୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ୟୁପି ପୋଲିସ ଧକ୍କାରେ ତଳକୁ ପଡ଼ିଲେ ରାହୁଲ, ହାଥରସ ଯିବା ପୂର୍ବରୁ ଭାଇ-ଉଉଣୀ ଗିରଫ 

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୭୦ ଜଣ, କଟକରୁ ୫୫୮ ଜଣ, ଜଗତସିଂହପୁରରୁ ୨୩୩ ଜଣ, ସୁନ୍ଦରଗଡ଼ରୁ ୨୩୩ ଜଣ, ଯାଜପୁରରୁ ୧୯୮ ଜଣ, ପୁରୀରୁ ୧୯୨ ଜଣ, ଝାରସୁଗୁଡ଼ାରୁ ୧୬୮ ଜଣ, ମୟୂରଭଞ୍ଜରୁ ୧୫୫ ଜଣ, ବରଗଡ଼ରୁ ୧୩୫ ଜଣ, କେନ୍ଦ୍ରାପଡ଼ାରୁ ୧୨୪ ଜଣ, ବାଲେଶ୍ୱରରୁ ୧୨୨ ଜଣ, ଅନୁଗୋଳରୁ ୧୧୯ ଜଣ, ସମ୍ୱଲପୁରରୁ ୧୧୩ ଜଣ, ନୟାଗଡ଼ରୁ ୧୦୩ ଜଣ, କଳାହାଣ୍ଡିରୁ ୧୦୨ ଜଣ, ଢେଙ୍କାନାଳରୁ ୯୦ ଜଣ, ନବରଙ୍ଗପୁରରୁ ୮୨ ଜଣ, ନୂଆପଡ଼ାରୁ ୭୬ ଜଣ, ସୁବର୍ଣ୍ଣପୁରରୁ ୭୫ ଜଣ, କେନ୍ଦୁଝରରୁ ୭୨ ଜଣ, କନ୍ଧମାଳରୁ ୬୧ ଜଣ, ଭଦ୍ରକରୁ ୬୦ ଜଣ, କୋରାପୁଟରୁ ୫୩ ଜଣ, ବଲାଙ୍ଗୀରରୁ ୪୯ ଜଣ, ମାଲକାନଗିରିରୁ ୪୬ ଜଣ, ଗଞ୍ଜାମରୁ ୪୨ ଜଣ, ରାୟଗଡ଼ାରୁ ୪୨ ଜଣ, ବୌଦ୍ଧରୁ ୩୮ ଜଣ, ଦେଓଗଡ଼ରୁ ୨୦ ଜଣ, ଗଜପତିରୁ ୧୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୩୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-୬ ବର୍ଷରେ ସେନା କିଣିଛି ୯୬୦ କୋଟି ଟଙ୍କାର ଖରାପ ଗୋଳା ବାରୁଦ: ରିପୋର୍ଟ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୨,୨୨,୭୩୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୮୫୯ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୧,୮୫,୭୦୦ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ  ୩୬,୧୨୨ ସକ୍ରିୟ ସଂକ୍ରମିତ ମାମଲା ରହିଛି ।