ଭଲ ଖବର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮,୧୯,୨୧୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: CoronaVirus in Odisha: ସାରା ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଧୀରେ ଧୀରେ କମିବାରେ ଲାଗିଛି । ଏହି ସମୟରେ ଆମ ରାଜ୍ୟ ଓଡ଼ିଶାର ସ୍ଥିତି ଦିନକୁ ଦିନ ମଧ୍ୟ ସୁଧୁରିବାରେ ଲାଗିଛି । ଏହା ମଧ୍ୟରେ ଆଉ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ଲଗାତର ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ସୋମବାର ରାଜ୍ୟରେ ପୁଣି ୮,୪୨୯ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି ।  ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୭,୪୭,୮୦୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଜୁଲାଇରୁ ମଧ୍ୟ ମହଙ୍ଗା ଭତ୍ତା ନ ମିଳିବାର ସମ୍ଭାବନା ମଧ୍ୟରେ ସାମ୍ନାକୁ ଆସିଲା ବଡ଼ ଖବର

ଅଧିକ ପଢ଼ନ୍ତୁ:-ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୮,୧୯,୨୧୪ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୩,୦୩୫ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ୭,୩୯,୩୭୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୭୬,୭୫୦ ସକ୍ରିୟ ସଂକ୍ରମିତ ମାମଲା ରହିଛି ।