କୋଭିଡ ମେଡିକାଲ (Covid Hospital) ଆବର୍ଜନାକୁ ପରିଚାଳନା ପାଇଁ ନିୟମ ରହିଥିବା ବେଳେ ତାହାର ଖୋଲାଖୋଲି ଉଲଂଘନ ହୋଇଛି। ତେଣୁ କିଭଳି ଭାବେ ପରିବେଶକୁ ପ୍ରଦୂଷିତ (Pollution) କରୁଛନ୍ତି ତାହା ଆଜି ପରିବେଶ ଦିବସରେ ସ୍ପଷ୍ଟ ହୋଇଯାଇଛି।
Trending Photos
ପୁରୀ: ସହରର ତାଳବଣିଆର ବିଭିନ୍ନ ଅଞ୍ଚଳରେ ପଡିଛି କୋଭିଡ୍ ଚିକିତ୍ସା ଜନିତ ବ୍ଯବହୃତ ସାମଗ୍ରୀ। ପିପିକିଟ୍, ଇଞ୍ଜେକସନ ସହ କୋଭିଡ୍ ହସ୍ପିଟାଲର କୋରୋନାରୋଗୀ ବ୍ଯବହାର କରିଥିବା ବର୍ଜ୍ୟବସ୍ତୁ ସହରର ରାସ୍ତାରେ ପକାଯିବା ନେଇ ସହରବାସୀ ଆତଙ୍କିତ ଅଛନ୍ତି। କିଭଳି କୋଭିଡ୍ ହସପିଟାଲ ପକ୍ଷରୁ ଏହାକୁ ସଠିକ୍ ସ୍ଥାନରେ ନପକାଇ ରାଜରାସ୍ତାରେ ପକାଇବାକୁ ନେଇ ପ୍ରଶ୍ନ ଉଠିଛି।
କୋଭିଡ ମେଡିକାଲ (Covid Hospital) ଆବର୍ଜନାକୁ ପରିଚାଳନା ପାଇଁ ନିୟମ ରହିଥିବା ବେଳେ ତାହାର ଖୋଲାଖୋଲି ଉଲଂଘନ ହୋଇଛି। ତେଣୁ କିଭଳି ଭାବେ ପରିବେଶକୁ ପ୍ରଦୂଷିତ (Pollution) କରୁଛନ୍ତି ତାହା ଆଜି ପରିବେଶ ଦିବସରେ ସ୍ପଷ୍ଟ ହୋଇଯାଇଛି। ପୁରୀ (Puri) ସହରର ତାଳବଣିଆର ବିଭିନ୍ନ ଅଞ୍ଚଳରେ କୋଭିଡ୍ ଚିକିତ୍ସା ଜନିତ ବ୍ଯବହୃତ ସାମଗ୍ରୀ ପଡିଛି। ସେପଟେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଜିଲ୍ଲାପାଳ। ଘଟଣା ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Also Read: କୋରୋନା ସଙ୍କଟ ମଧ୍ୟରେ ଆଗେଇ ଚାଲିଛି ରଥ ନିର୍ମାଣ, ଆସନ୍ତାକାଲି ମହାବାହୁଙ୍କ ଜଳକ୍ରୀଡା
ଖୋଲାମେଲାରେ ପଡିଛି କୋଭିଡ୍ ହସପିଟାଲ ବର୍ଜ୍ୟବସ୍ତୁ (Waste)। ତାହା ପୁଣି ସହରର ମଧୁର ଜଳ ଅଞ୍ଚଳ ଭାବେ ପରିଚିତ ତାଳବଣିଆରେ। କୋଭିଡ୍ ରୋଗୀଙ୍କ ବ୍ଯବହୃତ ମେଡିସିନ, ଇଞ୍ଜେକସନ, ସିରିଞ୍ଜ, ପିପିକିଟ୍, ମାସ୍କ, ଗ୍ଲୋବସ ଓ ଡିସ୍ପୋଜେବଲ ଖାଇବା ପ୍ଲେଟ ଆଦିକୁ ଫୋପଡା ଯାଇଛି। ତାଳବଣିଆ ଥାନା ଠାରୁ ମାତ୍ର ୫୦ ମିଟର ଦୂର ପୁରୀ ବାଇପାଶ୍ ରୋଡ ପାର୍ଶ୍ଵରେ କଳା ପଲିଥିନ ଭର୍ତ୍ତି କୁଢକୁଢ ମେଡିକାଲ ଆବର୍ଜନା ପଡି ରହିଛି। ଏହି ଆବର୍ଜନାକୁ କୁକୁର, କାଉ ଓ ଗାଈ ଆଦି ଖାଇବା ସହ ଏଣେତେଣେ ପକାଉଛନ୍ତି। ରାସ୍ତା ସାରା ଏଭଳି ବିକ୍ଷିପ୍ତ ଭାବେ ପଡିଥିବାରୁ ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା।
ଆଜି ବିଶ୍ୱ ପରିବେଶ ଦିବସ (World Environment Day) ହୋଇଥିବା ବେଳେ ଖୋଦ୍ ପ୍ରଶାସନ ପକ୍ଷରୁ ସଂକ୍ରମିତ ଆବର୍ଜନାକୁ ପକାଯାଇ ପରିବେଶ (Environment) କୁ ପ୍ରଦୁଷିତ କରାଯାଉଛି। ଯାହା ଫଳରେ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ କିଭଳି ବେପରୁଆ ଭାବେ ସମ୍ ହସପିଟାଲ ଲେଖାଥିବା କିଛି ବ୍ଯାଗ ସେଥିରେ ରହିଥିବାରୁ ଏହା ଜଗନ୍ନାଥ ମେଡିକାଲ କୋଭିଡ୍ ହସ୍ପିଟାଲର ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
Also Read: IPL ପରେ ରଥ ଖଳାରେ ମଧ୍ୟ ସଫଳ ହେଲା Bio Bubble System
କୋଭିଡ୍ ମେଡିକାଲର ଆବର୍ଜନାକୁ ନଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ରହିଛି। ତାହାକୁ ଉଲଂଘନ କରି ତାଳବଣିଆ ଅଞ୍ଚଳରେ ଏଭଳି ବାରମ୍ବାର ପକାଯାଉଥିବା ଅଭିଯୋଗ ହୋଇଛି। ଆଉ ଆଜି ଆବର୍ଜନା ପକାଯାଇ ପ୍ରଦୁଷିତ କରାଯାଇଥିବା ବେଳେ ସେଠାରେ ପୋଡିବା ଦ୍ୱାରା ପ୍ରଦୁଷଣ ସହ ସଂକ୍ରମଣ ବ୍ଯାପିବା ଆଶଙ୍କା ରହିଛି। ପୋଡାଯାଇଥିବା ସ୍ପଷ୍ଟ ରହିଥିଲେ ମଧ୍ୟ ତାହାକୁ ଉଠାଇ ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ସିଡିଏମଓଙ୍କୁ ଏନେଇ ରିପୋର୍ଟ ମଗାଯାଇଥିବା ବେଳେ ଯିଏ ଏହି ଆବର୍ଜନା ପକାଇଛି ତାହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।
ବିଶ୍ୱ ପରିବେଶ ଦିବସରେ ପରିବେଶକୁ ପ୍ରଦୁଷଣ ମୁକ୍ତ ରଖିବା ପାଇଁ ବାର୍ତ୍ତା ଓ ସଚେତନତା କରୁଛି ପ୍ରଶାସନ। ହେଲେ ନିଜେ ପ୍ରଦୁଷଣର କାରଣ ପାଲଟି ଥିବା ବେଳେ ସେହି ଅଞ୍ଚଳରେ ଏଭଳି ଦୃଶ୍ଯ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି।